www.samajalive.in
Monday, December 15, 2025
24.1 C
Bhubaneswar

ମଦ ଜବତ , ତିନି ଗିରଫ

ପାଟଣା :  ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନାଧିକାରୀ କୃଷ୍ଣ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ରବିବାର ଢେଙ୍କିକୋଟ ଫାଣ୍ଡି ଅଞ୍ଚଳର କେତେକ ଗ୍ରାମରେ ଅବକାରୀ ଚଢ଼ାଉ ସମୟରେ ମୋଟ ୬୧ ଲିଟର ମହୁଲି ମଦ ଜବତ କରାଯିବା ସହ ଚୋରା ମଦ କାରବାରରେ ତିନି ଜଣଙ୍କୁ ଗିରଫ କରାଯାଇଛି। ନୁସୁରିପଶି ଗ୍ରାମର ମହେଶ୍ୱର ମୁଣ୍ଡାଙ୍କ ଠାରୁ ୩୦ ଲିଟର ମହୁଲି ମଦ , ସାନ୍ତରାପୁରର ଦିଲୀପ ବେହେରାଙ୍କ ଠାରୁ ୨୦ ଲିଟର ମହୁଲି ମଦ ଓ ମୁକ୍ତାପର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ହିରାମଣୀ ନାଏକଙ୍କ ଠାରୁ ୧୧ ଲିଟର ମହୁଲି ମଦ ଅବକାରୀ ବିଭାଗ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି। ଏହି ଚଢାଉରେ ଅବକାରୀ ବିଭାଗର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories