www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଟୀକା ନେବା ପାଇଁ ଯାଇ ଖରାରେ ଲୋକେ ହନ୍ତସନ୍ତ

ପାଟଣା  :  ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପିପିଳିଆ ମହାବିଦ୍ୟାଳୟ ପରିସରରେ କରୋନା ଟୀକା ଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଟୀକା ଦାନ କେନ୍ଦ୍ର ଆଗରେ କୌଣସି ତମ୍ବୁ ଲଗା ଯାଇନଥିବାରୁ ଲୋକ ମାନଙ୍କୁ ପ୍ରବଳ ଖରାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି। ଟୀକା ନେବାକୁ ଆସିଥିବା ଅଧିକାଂଶ ଲୋକଙ୍କ ମୁହଁରେ ତୁଣ୍ଡି ନଥିବା ବେଳେ ଗହଳି ଯୋଗୁଁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ମହାବିଦ୍ୟାଳୟ ର ଭଲ ଘର ଥାଉ ଥାଉ ଦଦରା ଟାଇଲ ଘର ବାରଣ୍ଡାରେ ଟୀକା ଦିଆଯିବା ଘଟଣା କୁ ଲୋକ ମାନେ ନାପସନ୍ଦ କରିଥିଲେ। ଏପରିକି ସେଠାରେ ପାନୀୟ ଜଳ ସୁବିଧା ମଧ୍ୟ ନଥିଲା। ଅଧିକାଂଶ ସଚେତନ ଲୋକ ମହାବିଦ୍ୟାଳୟ ରେ ପାଠ ପଢା ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ମାନେ କରୋନା କଟକଣା ମାନି ମହାବିଦ୍ୟାଳୟ କୁ ଆସୁଥିବା ବେଳେ ଟୀକା ନେବାକୁ ଆସୁଥିବା ଲୋକ ମାନେ କଟକଣା ମାନୁ ନଥିବା ରୁ ଏଠାରୁ ଟୀକା ଦାନ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ଟୀକାଦାନ କେନ୍ଦ୍ର କୁ ଆସୁଥିବା ଲୋକ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ରୁ ପାନୀୟ ଜଳ ଭଳି ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories