www.samajalive.in
Sunday, December 7, 2025
26.1 C
Bhubaneswar

ଟିକସ ରିହାତି ସହ ରାଫେଲ୍‍ ଚୁକ୍ତିର ସମ୍ପର୍କ ନାହିଁ – ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: କୌଣସି ବେସରକାରୀ କମ୍ପାନୀକୁ ଟିକସ ରିହାତି ସହ ରାଫେଲ୍‍ ବିମାନ ଚୁକ୍ତିର କୌଣସି ସମ୍ପର୍କ ନାହିଁ ଏବଂ ଲୋକମାନଙ୍କୁ ଭୁଲ୍‍ ତଥ୍ୟ ଦେବାପାଇଁ ଏଭଳି ମନ୍ଦ ଉଦ୍ୟମ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଫ୍ରାନ୍‍ସରୁ ପ୍ରକାଶିତ ‘ଲେ ମଣ୍ଡେ’ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଫେଲ୍‍ ଚୁକ୍ତି ସମୟରେ ଅନିଲ୍‍ ଅମ୍ବାନୀଙ୍କ ଫ୍ରାନ୍‍ସରେ ଥିବା କମ୍ପାନୀକୁ ଫ୍ରାନ୍‍ସ ପକ୍ଷରୁ ପାଖାପାଖି ୧୪୪ ନିୟୁତ ୟୁରୋ ଶୁଳ୍କ ଛାଡ଼ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଏକ ବେସରକାରୀ କମ୍ପାନୀକୁ ଟିକସ ଛାଡ଼ ଏବଂ ରାଫେଲ୍‍ ବିମାନ କ୍ରୟ ଚୁକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଟିକସ ଛାଡ଼ର ସମୟ ଏବଂ ବର୍ତ୍ତମାନର ଏନ୍‍.ଡି.ଏ. ସରକାରଙ୍କ କାର୍ଯ୍ୟକାଳ ସମୟକୁ ରାଫେଲ୍‍ ଚୁକ୍ତି ସହ ପିଛିଲା ଭାବେ ଯୋଡ଼ାଯିବା ଅନୁଚିତ।

ଏହି ଘଟଣାରେ କଂଗ୍ରେସ ସମାଲୋଚନା କରି କହିଛି, ରାଫେଲ ଦୁର୍ନୀତିର ତଥ୍ୟ ପ୍ରକାଶ ପାଇବାରେ ଲାଗିଛି। ରାଫେଲ୍‍ ଚୁକ୍ତିରେ ଦୁର୍ନୀତିର ସ୍ତର ଓ କାହାକୁ ଅର୍ଥ ଦିଆଯାଇଛି, ତାହା ପଦାରେ ପଡ଼ିଯାଇଛି। ଦଳୀୟ ମୁଖପାତ୍ର ରଣଦୀପ ସୁରଜେଵାଲା କହିଛନ୍ତି, ଏନ୍‍.ଡି.ଏ. ସରକାର ରାଫେଲ୍‍ କ୍ରୟ ଚୁକ୍ତିରେ ସ୍ୱାକ୍ଷର କରିବା ପରେ ସେହି ଟିକସ ଛାଡ଼ କରାଯାଇଥିଲା। ତେଣୁ ରାଫେଲ୍‍ ଲଢ଼ୁଆ ବିମାନ କ୍ରୟ କ୍ଷେତ୍ରରେ ଟଙ୍କା ଦେଣନେଣ ହୋଇଥିବାର ଏହା ସ୍ପଷ୍ଟ ପ୍ରମାଣ ନୁହେଁ କି ବୋଲି ସେ ପ୍ରଶ୍ନବାଚୀ ଉଠାଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories