www.samajalive.in
Sunday, December 7, 2025
23.1 C
Bhubaneswar

ଓଡିଶାର ଅନନ୍ୟ ପ୍ରତିଭା ଲିଙ୍ଗରାଜ ବେହେରା

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଲିଙ୍ଗରାଜ ବେହେରାଙ୍କୁ ସୃଜନ ତରଫରୁ ଚଳିତବର୍ଷର ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଏଥିପାଇଁ ଖାଲି ସାକ୍ଷୀଗୋପାଳ ନୁହେଁ ସାରାରାଜ୍ୟର କଳାପ୍ରେମୀଙ୍କ ମନରେ ଆନନ୍ଦ ଖେଳି ଯାଇଛି । ଶ୍ରୀ ବେହେରା ଏବେ ମଧ୍ୟ ୭୮ ବର୍ଷ ବୟସରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ ଦାୟୀତ୍ବ ନିର୍ବାହ କରି ଆସୁଛନ୍ତି। ଗୋଟିପୁଅ ନୃତ୍ୟ, ଓଡିଶୀ, କଥକ ନୃତ୍ୟ ଠାରୁ ଆରମ୍ଭ କରି ମୃଦଙ୍ଗବାଦ୍ୟ, ସଙ୍ଗୀତ ଆଦି ଉତ୍କଳୀୟ କଳାର ବହୁମୁଖୀ ପ୍ରତିଭାରେ ମହିମା ମଣ୍ଡିତ ହୋଇ ପାରିଛନ୍ତି । ଯୁବକ ଲିଙ୍ଗରାଜ ଗାଁ ଗହଳିରେ ଗୀତ ବୋଲୁଥିବା ନୃତ୍ୟ ଅଭିନୟ କରୁଥିବା ମଣିଷଟି କଳାବିକାଶ କେନ୍ଦ୍ରରେ ନାମ ଲେଖାଇ କଳା ବିଶାରଦ ପ୍ରମାଣପତ୍ର ଗ୍ରହଣ କରି ଓଡ଼ିଶାର ସୁରଭାରତୀ, ଶ୍ୟାମସୁନ୍ଦର ସଙ୍ଗୀତ ମହାବିଦ୍ୟାଳୟ, କସ୍ତୁରୀ ଆଦି ଅନୁଷ୍ଠାନମାନଙ୍କରେ ଶିକ୍ଷକତା କରିଥିଲେ। ତାଙ୍କ ନିକଟରୁ ଶିକ୍ଷାଗ୍ରହଣ କରି ଶହଶହ ଛାତ୍ରଛାତ୍ରୀ ଆଜି ରାଜ୍ୟର କଳାକ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ରାଜ୍ୟର ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories