ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ସେବାୟତଙ୍କୁ ସହାୟତା ମିଳୁ : ଏକାମ୍ର ବିଜେପି
ଭୁବନେଶ୍ବର : କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର ମଧ୍ୟ ବନ୍ଦ ରହିଛି। ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ଯାଇ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ। ମନ୍ଦିରକୁ ଶ୍ରଦ୍ଧାଳୁ ଆସୁନ ଥିବାରୁ ଦୀର୍ଘ ଦୁଇମାସ ହେବ ଲିଙ୍ଗରାଜ ସେବାୟତ ସେମାନଙ୍କ ରୋଜଗାର ହରାଇଛନ୍ତି। ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ରାଶି ଯୋଗାଇ ଦିଆଯାଉଛି। ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ଭଳି ଲିଙ୍ଗରାଜ ସେବାୟତଙ୍କୁ ସହାୟତା ରାଶି ମିଳୁ ବୋଲି ଏକାମ୍ର ବିଜେପି ପକ୍ଷରୁ ଦାବି କରାଯାଇଛି। ସେହିପରି ଏକାମ୍ର କ୍ଷେତ୍ରର ବିକାଶ ସମୟରେ ଅନେକ ଉଠା ଦୋକାନୀ ସେମାନଙ୍କ ଜୀବିକା ହରାଇଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ସହାୟତା ରାଶି ଯୋଗାଇ ଦେବା ସହ ସେମାନଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ଉଠା ଦୋକାନୀଙ୍କୁ ଅଳ୍ପ ସହାୟତା ରାଶି ମିଳିଛି, ହେଲେ ଆଉ ଅନେକ ଦୋକାନୀ ଏଥିରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ସହାୟତା ରାଶି ମିଳୁ ବୋଲି ଦାବି କରାଯାଇଛି। ଏହି ଦୁଇଟି ଦାବି ନେଇ ଏକାମ୍ର ବିଜେପି ପକ୍ଷରୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ସମ୍ମୁଖରେ ପ୍ଲାଏ କାର୍ଡ ଧରି ନିରବ ପ୍ରତିବାଦରେ କରିଛନ୍ତି।
Comments are closed.