ବଜ୍ରାଘାତରେ ୨ ମଇଁଷି  ମୃତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସଦରର ବିଶ୍ୱନାଥ କାଡ୍ର।କାଙ୍କ ୨ଟି ମଇଁଷି ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଅପରାହ୍ନ ସମୟରେ ଅଚାନକ ବର୍ଷା ସାଙ୍ଗକୁ ଘଡଘଡି ମାରିଥିବାରୁ ବନ୍ଧା ଯାଇଥିବା ମଇଁଷି ନିକଟରେ ପଡିଥିଲା । ଯାହା ଫଳରେ ଦୁଇଟି ମଇଁଷି ଅଚେତ ଅବସ୍ଥାରେ ପଡିରହିଥିଲେ । ମାଲିକ ମଇଁଷି ନିକଟକୁ ଆସି ଦେଖିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପଶୁ ଚିକିତ୍ସକ ଓ ରାଜସ୍ୱ ଅଧିକାରୀଙ୍କୁ ଜଣାଇଛନ୍ତି । ଏହି ୨ଟି ପଶୁଙ୍କ ଅନୁମାନିକ ମୂଲ୍ୟ୨୦ହଜାର ଟଙ୍କା ହେବ ବୋଲି ଜଣାପଡୁଛି ।

Comments are closed.