ଏହି ଦୁର୍ଲଭ ଅମାବାସ୍ୟାରେ ଆପଣାନ୍ତୁ ନିମ୍ନ ୫ଟି ଉପାୟ, ପାଇବେ ଉତ୍ତମ ଫଳ

0

ହିନ୍ଦୁ ଧର୍ମରେ ଅମାବାସ୍ୟା ଏବଂ ପୂର୍ଣ୍ଣମୀର ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଜୁନ ୧୩ତାରିଖରେ ଜ୍ୟେଷ୍ଠ ଅମାବାସ୍ୟା ପଡୁଛି। ମଳମାସରେ ଏହି ଅମାବାସ୍ୟା ପଡୁଛି। ବହୁ ବର୍ଷରେ ଥରେ ଏପରି ଯୋଗ ଆସିଥାଏ। ତେଣୁ ଏଅମାବାସ୍ୟାର ସ୍ୱତନ୍ତ୍ରତା ରହିଛି। ଏହା ବହୁତ ଖାସ ଏବଂ ଦୂର୍ଲଭ ବୋଲି ବିଶ୍ୱାସ କରାଯାଏ। ମାଳମାସର ଜ୍ୟେଷ୍ଠ ଅମାବାସ୍ୟା ଦିନ କେତୋଟି ଉପାୟ ଅବଲମ୍ବନ କରନ୍ତୁ ଦେଖିବେ ଏହା ଦ୍ୱାରା ଆପଣଙ୍କ ଜୀବନର ବହୁ ବଡ ସମସ୍ୟା ଦୂର ହେବାସହ ଭାଗ୍ୟ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା ଏହି ଅବସରରେ କ’ଣ ସବୁ ଶୁଭ କାମ କରିବେ, ଯାହାଦ୍ୱାରା ଆପଣ ଉପକୃତ ହେବେ।


ଶାସ୍ତ୍ର ଅନୁସାରେ ଅମାବାସ୍ୟାର ତିଥି ପିତୃ ପୁରୁଷମାନଙ୍କୁ ସମର୍ପିତ। ସେଥିପାଇଁ ଏହି ଦିନ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପବିତ୍ର ନଦୀରେ ସ୍ନାନ କରି ସେମାନଙ୍କୁ ଜଳ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ପିତୃ ପୁରୁଷ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତି। ଆପଣଙ୍କ ପିତୃଦୋଷ ଖଣ୍ଡନ ହୋଇଥାଏ।
ଓସ୍ତ ଗଛକୁ ପିତୃପୁରୁଷଙ୍କ ବାସସ୍ଥଳୀ ବୋଲି କୁହାଯାଏ। ତେଣୁ ଅମାବାସ୍ୟାରେ ଓସ୍ତ ଗଛକୁ ଜଳ ସମର୍ପଣ କରନ୍ତୁ ଏହା କରିବା ଦ୍ୱାରା ଶନିଦୋଷ ଏବଂ ରାହୁଦୋଷ କଟିଥାଏ। ଯାହାଦ୍ୱାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବା ସହ ବହୁ ଉନ୍ନତି ହୋଇଥାଏ।

prayash

ଅମାବାସ୍ୟାରେ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଶିବଲିଙ୍ଗରେ ଜଳ ଲାଗି କରିବା ସହ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ। ଏହା କରିବା ଦ୍ୱାରା ଶିବ ଆପଣଙ୍କ ଉପରେ ସନ୍ତୁଷ୍ଠ ହେବେ।

ଏହି ଦିନ ହନୁମାନ ଚାଳିଶା ପାଠକରନ୍ତୁ। ଏହା କରିବା ଦ୍ୱାରା ହନୁମାନଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏହା ସହ ଗରିବ ମାନଙ୍କୁ ଦାନ କରନ୍ତୁ ଏବଂ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ। ଏହା କରିବା ଆପଣଙ୍କ ପାଇଁ ଶୁଭ ଅଟେ।

ହିନ୍ଦୁ ମାନେ ତୁଳସୀକୁ ଦେବୀ ବୋଲି ମାନିଥାନ୍ତି। ତୁଳସୀ ଗଛକୁ ନିଜ ଘର ଅଗଣାରେ ଲଗାଇ ପ୍ରତିଦିନ ପୂଜା କରିବା ଶୁଭ ବୋଲି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ବିଶ୍ୱାସ ଅଛି। ଏହି ଅମାବାସ୍ୟାରେ ତୁୂଳସୀ ଗଛରେ ଜଳ ଅର୍ପଣ କରନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା କରିବା ଆପଣଙ୍କ ପାଇଁ ଶୁଭ ଅଟେ।
ଏହି ଅମାବାସ୍ୟାରେ ଗୋ ମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ଫଳ ଆଣିଦେବ

kalyan agarbati
Leave A Reply