www.samajalive.in
Sunday, December 7, 2025
23.1 C
Bhubaneswar

ରୁଟିର ଏପରି ବ୍ୟବହାର ଦ୍ବାରା ଜୀବନରେ ଦୂର ହୋଇଥାଏ ଅସୁବିଧା

ଖାଦ୍ୟ, ପୋଷାକ ଓ ରହିବାକୁ ବାସସ୍ଥାନ ପ୍ରତ୍ୟେକ ମନୁଷ୍ୟର ଆବଶ୍ୟକ ପ୍ରଥମ ଦ୍ରବ୍ୟ ଅଟେ। ଖାଦ୍ୟ ମଧ୍ୟରେ ରୁଟିର କିଛି ଏପରି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ୟ୍ୟ ହୋଇଯିବେ। ସେହି ଉପାୟ ଦ୍ବାରା ଆପଣ ଭାଗ୍ୟ ମଧ୍ୟ ବଦଳି ଯିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ରୁଟିର ସେହି ଉପାୟଗୁଡିକ ବିଷୟରେ ..
୧. ଘରେ ପ୍ରସ୍ତୁତ କରୁଥିବା ପ୍ରଥମ ରୁଟିକୁ ରଖି ଦିଅନ୍ତୁ। ଏହା ଉପରେ ଶୁଦ୍ଧ ଘିଅ ଲଗାଇ ଚାରି ଭାଗ କରି ଦିଅନ୍ତୁ। ଚାରି ଭାଗ ମଧ୍ୟରୁ ଗୋଟିଏ ଗାଈକୁ, ଆଉ ଗୋଟେ କୁକୁରକୁ, ତୃତୀୟ କାଉକୁ, ଚତୁର୍ଥ କୌଣସି ଭିକାରୀକୁ ଦାନ କରନ୍ତୁ। ରୁଟିକୁ ଗାଈକୁ ଖୁଆଇବା ଦ୍ବାରା ପିତୃଦୋଷ ଦୂର ହୋଇଥାଏ। କୁକୁରକୁ ଦେବା ଦ୍ବାରା ଶତ୍ରୁଙ୍କ ଭୟ ଦୂର ହୋଇଥାଏ। କାଉକୁ ଦେବା ଦ୍ବାରା ପିତୃଦୋଷ ସହ କାଳସର୍ପ ଦୋଷ ଦୂର ହୋଇଥାଏ। ଏହାସହ ଶେଷ ରୁଟି ଭିକାରୀକୁ ଦେବା ଦ୍ବାରା ଆର୍ଥିକ କଷ୍ଟ ଦୂର ହୋଇଥାଏ। ବାରମ୍ବାର ଅସଫଳ ହେଉଥିବା କାର୍ୟ୍ୟ ସଫଳ ହୋଇଥାଏ।
୨. ଯଦି ଆପଣଙ୍କ ଜୀବନରେ ଶନିଙ୍କ ଦଶା ରହିଛି ତେବେ ରୁଟିର ଏକ ଉପାୟ କରିବା ଦ୍ବାରା ତାହା ଦୂର ହୋଇଥାଏ। ରାତିରେ ପ୍ରସ୍ତୁତ କରୁଥିବା ରୁଟିର ଶେଷ ରୁଟିକୁ ଆଣନ୍ତୁ। ସେଥିରେ ସୋରିଷ ତେଲ ମାରନ୍ତୁ। ସେହି ରୁଟିକୁ କଳା କୁକୁରକୁ ଦାନ କରନ୍ତୁ। କୁକୁର ନ ଥିଲେ କଳା ବିଲେଇକୁ ମଧ୍ୟ ରୁଟି ଦେଇପାରିବେ। ଏପରି କରିବା ଦ୍ବାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ।
୩. ଆମ ଦେଶରେ ଅତିଥିଙ୍କୁ ଭଗବାନଙ୍କ ରୂପରେ ଦେଖାଯାଇଥାଏ। ସେ ଦରିଦ୍ର ହେଉ କି ଧନୀ ହେଉ ସେଥିରେ କିଛି ଫରକ ପଡିନଥାଏ। ଯଦି କେବେ କୌଣସି ନିଦ୍ଧନ ବ୍ୟକ୍ତି କିମ୍ବା ଭିକାରୀ ଆସନ୍ତି ତେବେ ତାଙ୍କୁ ଯଥା ସମ୍ଭବ ଭୋଜନ କରାଇବା ଉଚିତ। ଏହାସହ ତାଙ୍କୁ ରୁଟି ନିଶ୍ଚିନ୍ତ ଭାବେ ଭୋଜନରେ ଦେବା ଉଚିତ।
୪. ଯଦି ପରିଶ୍ରମ କରିବା ଦ୍ବାରା କୌଣସି କାର୍ୟ୍ୟରେ ଆପଣଙ୍କୁ ସଫଳତା ମିଳୁନଥିବ ତେବେ ରୁଟିର ଏକ ଉପାୟ କରିବା ଉଚିତ। ରୁଟି ଓ ଚିନିକୁ ମିଶାଇ ଛୋଟ ଛୋଟ ଖଣ୍ଡ କରି ପିମ୍ପୁଡିମାନଙ୍କୁ ଖାଇବାକୁ ଦିଅନ୍ତୁ। ଏପରି ଉପାୟ କରିବା ଦ୍ବାରା ଆସ୍ତେ ଆସ୍ତେ କାର୍ୟ୍ୟରେ ସଫଳତା ପ୍ରାପ୍ତି ହେବ।
୫. ଯଦି ଆପଣଙ୍କ ଘରର ଶାନ୍ତିରେ କାହାର ନଜର ଲାଗିଥାଏ ଏବଂ ବାରମ୍ବାର କଳହ ହେଉଥାଏ ତେବେ ରୁଟି ସହ ଜଡିତ କିଛି ଉପାୟ କରିବା ଉଚିତ। ଅପରାହ୍ନ ସମୟରେ ଆପଣ ତିଆରି କରୁଥିବା ପ୍ରଥମ ରୁଟିକୁ ଗାଈ ପାଇଁ ଓ ଶେଷ ରୁଟିକୁ କୁକୁର ପାଇଁ ରଖିବା ଉଚିତ। ଏହାକୁ ନିଜେ ଭୋଜନ କରିବା ପୂର୍ବରୁ ଗାଈ ଓ କୁକୁରକୁ ଦେବାକୁ ଚେଷ୍ଟା କରିବା ଉଚିତ। ନଚେତ ଏହାକୁ ପରେ ଦେଲେ ମଧ୍ୟ ଚଳିବ।
୬. ଚାକିରୀ ପାଇଁ ବାରମ୍ବାର ଚେଷ୍ଟା କରିବା ଦ୍ବାରା ସେଥିରେ ଅସଫଳ ହେଉଥିଲେ ରୁଟିର ଉପାୟ କରନ୍ତୁ। ରୁଟି ରଖିଥିବା ପାତ୍ରରୁ ତୃତୀୟ ରୁଟିକୁ ନିଅନ୍ତୁ। ତର୍ଜନୀ ଆଙ୍ଗୁଠୀ ଓ ତାର ପାର୍ଶ୍ବ ଆଙ୍ଗୁଠୀକୁ ତେଲରେ ବୁଡାନ୍ତୁ। ତାପରେ ରୁଟି ଉପରେ ଦୁଇଟି ଆଙ୍ଗୁଠୀ ସାହାର୍ୟ୍ୟରେ ଏକାସହ ଏକ ଗାର ଟାଣନ୍ତୁ। କିଛି କଥା ନ କହି ରୁଟିକୁ ଦୁଇଟି ରଙ୍ଗ ଥିବା ଗୋଟିଏ କୁକୁରକୁ ଦେଇ ଦିଅନ୍ତୁ। ଏହି ଉପାୟ କେବଳ ଗୁରୁବାର ଓ ରବିବାର କରିବା ଉଚିତ। ଏପରି କରିବା ଦ୍ବାରା ଚାକିରୀ କ୍ଷେତ୍ରରେ ସମସ୍ୟା ଦୂର ହେବ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories