www.samajalive.in
Sunday, December 7, 2025
26.1 C
Bhubaneswar

ଦେଶର ଏହି ସବୁ ରାଜ୍ୟରେ ୧୦ ଟଙ୍କାରେ ମିଳୁଛି ୧୨ ଓ୍ୱାଟ ଏଲ୍‌ଇଡି ବଲ୍‌ବ

ନୂଆଦିଲ୍ଲୀ – ଭାରତର କିଛି ରାଜ୍ୟରେ ଏବେ ୧୦ ଟଙ୍କାରେ ୧୨ ଓ୍ୱାଟ ଏଲ୍‌ଇଡି ବଲ୍‌ବ ଦିଆଯାଉଛି । ବିହାର , ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ , କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ଏବ୍ ଗ୍ରାମ ଉଜ୍ଜଳା ଯୋଜନାରେ ୧ ଓ୍ୱାଟ ଏଲ୍‌ଇଡି ବଲ୍‌ବକୁ ଲୋକମାନଙ୍କୁ ୧୦ ଟଙ୍କାରେ ଦିଆଯାଉଛି ।

ଏହି ରାଜ୍ୟର ଲୋକମାନେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ପାରିବେ । ସିଇଏସ୍‌ଏଲ୍‌ ବିହାର , ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ , କର୍ଣ୍ଣାଟକ ଏବଂ ତେଲେଙ୍ଗାନା ରାଜ୍ୟମାନଙ୍କରେ ଏହି ବଲ୍‌ବ ବିତରଣ କାର୍ଯ୍ୟ କରୁଛି । ଦେଶର ବିଜୁଳି ଶକ୍ତି ସଂରକ୍ଷଣ ସହ ଅଙ୍ଗାରକାମ୍ଳ ନିଗର୍ମନକୁ ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିଯୋଗୁଁ ବାର୍ଷିକ ୭୧ କୋଟି ୟୁନିଟ୍‌ ବିଜୁଳି ଶକ୍ତି ସଂରକ୍ଷଣ କରାଯାଇ ପାରିବ । ବାର୍ଷିକ ଏହି ସମସ୍ତ ରାଜ୍ୟରେ ୨୫୦ କୋଟି ଟଙ୍କା ବିଜୁଳି ଅପଚୟରୁ ରକ୍ଷା ପାଇବେ ।

- Advertisement -

୨୦୨୧ ମାର୍ଚ୍ଚ ମାସରେ ବିହାର , ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ , କର୍ଣ୍ଣାଟକ ଏବଂ ତେଲେଙ୍ଗାନା ରାଜ୍ୟମାନଙ୍କରେ ଏଲ୍‌ଇଡି ବିତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୁରୁଣା ଟଙ୍ଗଷ୍ଟେନ୍‌ ବଲ୍‌ବକୁ ହଟାଇ ଏଲ୍‌ଇଡି ବଲ୍‌ବ ଲଗାଇବାର କାର୍ଯ୍ୟ ଆରମ୍ଭ କରାଯାଇଛି । ବିଜୁଳି ଶକ୍ତି ବଞ୍ଚିଲେ ତାପଜ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହାର ହେଉଥିବା କୋଇଲାର ପରିମାଣ ହ୍ରାସ ପାଇବ । ପରିବେଶ ସୁରକ୍ଷା ରେ ଏହା ଏକ ବଡ ପଦକ୍ଷେପ ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories