ଲକ୍ଷ୍ମୀପୁରରେ ଅଭିଯୋଗ ଶୁଣାଣୀରେ ଅନିୟମିତତା ଅଭିଯୋଗ

ଲକ୍ଷ୍ମୀପୁର : ଖଣି ନିଗମ ପକ୍ଷରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନିୟମିତତା ଦେଖିବାକୁ ମିଳିଥିଲା। ନିୟମ ଅନୁସାରେ ଏକ ଖୋଲା ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବା ସହିତ ପ୍ରଭାବିତ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯିବା କଥା। କିନ୍ତୁ ସେଭଳି କରା ନ ଯାଇ କେବଳ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବିଶେଷ ମାନଙ୍କୁ ଯେଉଁ ମାନେ କି ମୈତ୍ରୀ କମ୍ପାନୀ ଦ୍ଵାରା ମାସିକ କିଛି କିଛି ପାଉଣା ପାଉଛନ୍ତି ଏବଂ (ସମସ୍ତେ ନୁହନ୍ତି) କମ୍ପାନୀ ଦ୍ବାରା ନିଯୁକ୍ତ କିଛି ଗୁଣ୍ଡା ଶ୍ରେଣୀର ଲୋକମାନ ଏଠାରେ ଉପସ୍ଥିତ କରାଇ ଅଭିଯୋଗ ଶୁଣାଣୀ ନାମରେ କାର୍ଯ୍ୟଟିକୁ ସାରିଦେଇ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ସରକାର ତଥା ଜିଲା ପ୍ରଶାସନକୁ ପଠାଇ ଥିବା ଅଭିଯୋଗ ହୋଇଛି।

 ଏପରିକି ପୁର୍ବ ପ୍ରସ୍ତୁତି ଅନୁସାରେ ମାସିକ ପାଉଣା ପାଉଥିବା ସମର୍ଥକ ମାନଙ୍କୁ ଡକାଇ ଲୋକ ଦେଖାଣିଆ ଭାବରେ ଏପରି କରା ଯାଇଛି। ଏପରିକି ଯେଉଁ ଅଭିଯୋଗ ଗୁଡିକ ଗ୍ରହଣ କରାଯାଉଥିଲା ସେମାନଙ୍କୁ ପୁର୍ବରୁ ପ୍ରସ୍ତୁତ କରି ଦିଆଯିବା ସହିତ ଲୋକ ପ୍ରତିନିଧି ମାନଙ୍କୁ ଠକା ଯାଇଥିଲେ ମଧ୍ୟ ଲକ୍ଷ୍ମୀପୁର ବ୍ଲକର ୪ଜଣ ସରପଞ୍ଚ ବ୍ୟତିତ ଅନ୍ୟମାନେ ଅନୁପସ୍ଥିତ ଥିଲେ। ଏପରିକି ଯେଉଁ କିଛି ସରପଞ୍ଚ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରୁ ୩ଜଣ ମହିଳା। ସେମାନେ ଘଣ୍ଟା ଘଣ୍ଟା ଧରି ବାହାରେ ଛିଡ଼ା ହୋଇଥିଲେ ମଧ୍ୟ ଭିତରକୁ ଛଡାଯାଇ ନଥିଲା। ଏପରିକି ବସିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା।

prayash

 ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବାରୁ ଏବଂ କଞ୍ଚା ମାଲ ବେଦାନ୍ତକୁ ଦିଆ ନଯାଇ ଆଦିତ୍ୟ ଆଲୁମିନା କମ୍ପାନୀ ପକ୍ଷରୁ ଯେଉଁ ଜମି ଅଧିଗ୍ରହଣ କରାଯାଇଛି ସେଠାରେ କାରଖାନା ପ୍ରତିଷ୍ଠା ପାଇଁ ବିପକ୍ଷ ବାଦୀଙ୍କ ପକ୍ଷରୁ ଦାବି କରାଯାଇଥିବାବେଳେ ଅଧିକାରୀ ମାନେ ତାହାକୁ ଗୁରୁତ୍ବ ଦେଇ ନଥିଲେ। ଏପରିକି ଖଣି ଖନନ ଦ୍ବାରା ଅଞ୍ଚଳରେ କୌଣସି ଅସୁବିଧା ହେଉନାହିଁ ବୋଲି ନିଗମ ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ଘଟଣାକୁ ଏଠାରେ ବିରୋଧ କରାଯାଇଥିଲା।

ଯେଉଁ ଅଞ୍ଚଳରୁ ଖଣିଜ ପଦାର୍ଥ ନେଇ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଛି ସେମାନଙ୍କ ପାଇଁ ଅଭିଯୋଗ ଶୁଣାଣୀ ନାମରେ ଡକାଯାଇ ଥିଲେ ମଧ୍ୟ ସମସ୍ତଙ୍କୁ ସୂଚନା ଦିଆ ଯାଇନଥିଲା। ଫଳରେ ଲୋକେ ଅପରାହ୍ନ ପ୍ରାୟ ୪ ଟା ପର୍ୟ୍ୟନ୍ତ ଭୋକ ଉପାସରେ ରହିଥିଲେ। ଏପରିକି ବିରୋଧୀ ମାନଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନ ଥିଲା।

kalyan agarbati

Comments are closed.