ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟରେ ସାଂପ୍ରଦାୟିକ ସଦଭାବନା ସପ୍ତାହ ପାଳନ

ଦ୍ୱାରଶୁଣି/ବାଙ୍ଗିରିପୋଷି  : ସ୍ଥାନୀୟ ଲକ୍ଷ୍ମିକାନ୍ତ ମହାବିଦ୍ୟାଳୟରେ ଏକ ସପ୍ତାହ ବ୍ୟାପି ପାଳିତ ହେଉଥିବା ସାଂପ୍ରଦାୟିକ ସଦଭାବନା ସମାରୋହର ଉଦଯାପନି ଦିବସରେ ଏକବିଶାଳ ଛାତ୍ର ସଭାଯାତ୍ରା ଆୟୋଜିତ ହୋଇଥିଲା। ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ପୁଷ୍ପା ପାତ୍ର ଉଦଘାଟନ କରିଥିଲେ। ଯୁବ ରେଡକ୍ରସର କାର୍ଯ୍ୟକ୍ରମ ଅଧିକାରୀ ରତିକାନ୍ତବେହେରା ପ୍ରାରମ୍ଭରେ ଶୋଭାଯାତ୍ରାର ଉଦ୍ଦ୍ୟଶ ଓ ଏଥି ନିମନ୍ତେ ସଂଗୃହୀତ ଦାନ ରାଶି କେଉଁଠାକୁ ପଠାଯିବ ସେ ସଂପର୍କୃରେ ଛାତ୍ର-ଛାତ୍ରୀ ଙ୍କୁ ଅବଗୋତ କରାଇଥିଲେ।

ଏଥିରେ ଏନଏସଏସ (+୨), ଯୁବରେଡକ୍ରସ, ଏନସିସି ଓ ଭାରତ ସ୍କାଉଟ ଗାଇଡର ସ୍ୱେଚ୍ଛାସେବୀଙ୍କ ସମେତ ମହାବିଦ୍ୟାଳୟର ପ୍ରାୟ ୫ ଶହ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ହିରନ୍ମୟୀ ପ୍ରଧାନ, ଏନସିସି ଅଧିକାରୀ ଅଜୟ ଗୋସ୍ୱାମୀଙ୍କ ସଙ୍ଗେ ପ୍ରବୀର କୁମାର ରାଉତ, ଦେବାଶିଷ ମହାପାତ୍ର, କିରଣ ପାଠକ, ମମତା ରାଣୀ ମିଶ୍ର, ସୁଚିସ୍ମିତା ସାହୁ, ମୋନାଲି ସାପତ, ରୁପଶ୍ରୀ ଦାସ ପ୍ରଭୃତି ଅଧ୍ୟାପକ-ଅଧ୍ୟାପିକାଙ୍କ ସମେତ ପ୍ରେମାଂଶୁ ଦ୍ୱାରୀ, ଦେବାଶୀଷ ବେହେରା, ଉମାକାନ୍ତ ପରିଡା ଆଦି ଡେମନଷ୍ଟେଟର, ଜଗନ୍ନାଥ ମହାନ୍ତ(ପିଇଟି) ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଶୋଭାଯାତ୍ରାକୁ ମହାବିଦ୍ୟାଳୟ ଠାରୁ ବାହାରି ଝାଡେଶ୍ୱର ମନ୍ଦିର ଦେଇ ମଝୀଗାଁ ପର୍ଯ୍ୟନ୍ତ ପରିଚାଳନା କରିଥିଲେ। ପରେ ସଂଗୃହୀତ ଦାନ ରାଶି ୧୭୧୬ ଟଙ୍କା କୁ ନୁଆଦିଲ୍ଲୀ ସ୍ଥିତ ଏନଏଫସିଏଚକୁ ପ୍ରେରଣ ନିମନ୍ତେ ନିଷ୍ପତି ନିଆଯାଇଥିଲା। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଦାନ ଅର୍ପଣ କରିଥିଲେ। ଗ୍ରାମବାସୀ ମାନେ ସ୍ୱେଚ୍ଛାସେବୀଙ୍କ ପ୍ରୟାସକୁ ଭୁୟସୀ ପ୍ରଶଂସା କରିôତଲେ। ବାଙ୍ଗିରିପୋଷି ପୁଲିସର ସହାୟାତା ପାଇଁ ମହାବିଦ୍ୟାଳୟ କତୃପକ୍ଷ କୃତଜ୍ଞତା ଜ୍ଞାପନ କରିଥିଲେ। ସ୍ୱେଚ୍ଛାସେବୀ ମୋନାଲିସା, ଅହଲ୍ୟା, ମିତାଲି, ପ୍ରତିଭା, ରୀତା, ମାମିନା, ତୃପ୍ତି, କୃଷ୍ଣା, ଅମିତ, ଗିରିଶ, ବାସ୍ତବ, ତପନ, କରୁଣା, ତାପସ ଓ ଶିବୁ ଆଦି ସଭା ପରିଚାଳନାରେ ସହାୟତା କରିଥିଲେ।

Comments are closed.