ନେଦରଲ୍ୟାଣ୍ଡର ଏକ ଗବେଷକଦଳ ପ୍ରାୟ ୧,୫୦୦ ଲୋକଙ୍କୁ ଗବେଷଣାରେ ସାମିଲ କରି ପ୍ରକାଶ କରିଛନ୍ତି ଯେ ଅଧିକ ହସୁଥିବା ଲୋକଙ୍କୁ ହୃଦ୍ଘାତର ଆଶଙ୍କା ଯଥେଷ୍ଟ କମ୍। ଗବେଷକଙ୍କ ମତରେ ହସିଲେ ଆମ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ତତ୍ତ୍ବ ନିର୍ଗତ ହୋଇଥାଏ, ଯାହା ଆମ ହୃଦ୍ଯନ୍ତ୍ରକୁ ଶକ୍ତି ପ୍ରଦାନ କରେ। ହସିବା ଦ୍ବାରା ଆମ ଶରୀରରେ ଏକ ବ୍ୟାୟାମ ମଧ୍ୟ ହୋଇଥାଏ। କାରଣ ଶରୀରର ମୁହଁର ଭାବ ବଦଳିବା ସହ ଶିରା-ପ୍ରଶିରାରେ ଭଲ ଭାବେ ରକ୍ତ ସଞ୍ଚାରିତ ହୁଏ। ପରୀକ୍ଷାରୁ ଜଣାପଡ଼ିଛି ହସିଲେ ଆମ ମୁଖମଣ୍ଡଳର ୧୫ ପ୍ରକରର ମାଂସପେଶୀ କାମ କରିଥାଏ।
Popular Categories



