www.samajalive.in
Sunday, December 7, 2025
26.1 C
Bhubaneswar

୭୦ ଡେଇଁଲା : ଭତ୍ତାରୁ ବଞ୍ଚିତ ହେର୍ଣ୍ଣା 

ଲାଠୋର: ସରକାର ୬୦ ବର୍ଷ ବୟସର ବୃଦ୍ଧାବୃଦ୍ଧମାନଙ୍କୁ ୫ ଶହ ଟଙ୍କା ଏବଂ ୭୦ ବର୍ଷ ବୟସ୍କ ମାନଙ୍କୁ ୭ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଲା ଯୋଗୁଁ ୭୦ ବର୍ଷ ବୟସ ଡେଇଁଥିଲେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ମାଲପଡା ପଞ୍ଚାୟତ ଜଳପାଙ୍କେଲ ଗ୍ରାମରେ ବସବାସ କରନ୍ତି ହେର୍ଣ୍ଣା ସୁନା (୭୦)। ପରିବର କହିଲେ ସ୍ତ୍ରୀ ରମୁଳା ସୁନା ଏବଂ ଚାରି ପୁଅ ଗୋଟିଏ ଝିଅ। ତିନି ପୁଅଙ୍କୁ ବିବାହ କରିଥିବା ବେଳେ ଜଣେ ପୁଅ ଅବିବାହିତ ରହିଛନ୍ତି। ପୁଅ ମାନେ ବିବାହ ପରେ ଅନ୍ୟତ୍ର ରହୁଛନ୍ତି। ସ୍ତ୍ରୀଙ୍କ ସହ ହେର୍ଣ୍ଣା ରହୁଥିଲେ। ହେଲେ ୬ ମାସ ପୂର୍ବେ ସ୍ତ୍ରୀ ଆରପାରିକୁ ଚାଲିଗଲେ। ସ୍ତ୍ରୀ ଥିଲା ସମୟରେ ସ୍ତ୍ରୀଙ୍କୁ ୫ ଶହ ଟଙ୍କା ଭତ୍ତା ଏବଂ ୧୦ କେଜି ଚାଉଳ ମିଳୁଥିଲା। ସ୍ତ୍ରୀ ଆରପରିକୁ ଗଲା ପରେ ୫ କିଲୋ ଚାଉଳ ଏବଂ ୫ ଶହ ଟଙ୍କା ଭତ୍ତା କଟିଯିବା ଫଳରେ ଅତି କଷ୍ଟରେ ହେର୍ଣ୍ଣା ରହୁଛନ୍ତି। ହେର୍ଣ୍ଣା ନିଜ ପେଟ ପାଇଁ ପୁଅମାନଙ୍କ ସହ ପଶ୍ଚିମ ଓଡିଶାର ଲୋକବାଦ୍ୟ ବଜାଉଛନ୍ତି।

ସରକାରୀ ସାହାଯ୍ୟ କହିଲେ ପଞ୍ଚାୟତ ଠାରୁ ୫ କେଜି ଚାଉଳ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘର ଖଣ୍ଡିଏ ଆସିଥିବା ପ୍ରକାଶ କରିଛନ୍ତି। ହେର୍ଣ୍ଣାଙ୍କୁ ବର୍ତ୍ତମାନ ୭୦ ବର୍ଷ ବୟସ ଡେଇଁଥିଲେ ମ୍ମ ତାଙ୍କ ଭାଗ୍ୟରେ ବାର୍ଦ୍ଧକ୍ୟ ଭତ୍ତା ଜୁଟିପାରୁନାହିଁ। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଲେ ମ୍ମ ଆଜି ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ତେବେ ଯଥା ଶିଘ୍ର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ହେର୍ଣ୍ଣା ସୁନାଙ୍କୁ ଭତ୍ତା ଯୋଗାଇ ଦେବାକୁ ଦାବି ହେଉଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories