www.samajalive.in
Monday, December 8, 2025
16.1 C
Bhubaneswar

ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଗୁଣ୍ଡାଗିରି: ବସ୍ତିକୁ ବୋମା ପକାଇ ଉଡ଼ାଇଦେବା ଧମକ, ବସ୍ତିବାସିନ୍ଦା ଥାନାର ଦ୍ବାରସ୍ଥ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ବସ୍ତିକୁ ବୋମା ପକାଇ ଉଡ଼ାଇଦେବା ସହିତ ବସ୍ତିର ମହିଳାମାନଙ୍କୁ ଗାଳିଗୁଲଜ ଓ ଧମକଚମକ ଦେବା ଅଭିଯୋଗ ନେଇ ବିଶ୍ବନାଥପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ବିଶ୍ବନାଥପୁର ବସ୍ତିବାସିନ୍ଦା। ଶହଶହ ମହିଳା ପୁରୁଷ ଥାନାକୁ ଯିବା ସହିତ ଅଭିଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ସୂଚନାନୁଯାୟୀ, ବିଶ୍ବନାଥପୁରସ୍ଥିତ ମା’ ହୀରାନୀଳା ଡିଗ୍ରୀ କଲେଜର କୋଟିକୋଟି ଟଙ୍କା ହଡ଼ପ କରିବା, ନିଯୁକ୍ତି ଦେବା ନାଁରେ କୋଡ଼ିଏରୁ ଅଧିକ ନିଯୁକ୍ତି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିବା, ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ମାମଲାରେ ଦୁଇ ଦୁଇଥର ଜେଲ୍ ଯାଇଥିଲେ ଡିଗ୍ରୀ କଲେଜର ତତ୍କାଳୀନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ। ଜେଲ୍ ଯିବା ଓ ଆୟ ବହିର୍ଭୂତ ସଂପତ୍ତି ଜବତ ହେବା ଦିନଠାରୁ ରକ୍ତଚାଉଳ ଚୋବାଉଛନ୍ତି ରମେଶ। ଏଥିପାଇଁ ବିଶ୍ବନାଥପୁର ଅଞ୍ଚଳର କିଛି ଲୋକଙ୍କୁ ଦାୟୀ କରି ତାଙ୍କର ଜଣେ ପ୍ରମୁଖ ମହିଳା ସହଯୋଗୀଙ୍କ ଦ୍ବାରା ସେମାନଙ୍କ ନାଁରେ ମିଥ୍ୟା ମାମଲା କରି ବିଫଳ ହେବା ପରେ ଏବେ ରବିବାର ବିଳମ୍ବିତ ରାତିରେ ବିଶ୍ବନାଥପୁର ବସ୍ତିରେ ପାଟିତୁଣ୍ଡ କରି ବସ୍ତିରେ ବୋମା ପକାଇ ଉଡ଼ାଇଦେବାକୁ ଖୋଲାଖୋଲି ଧମକ ଦେଇଛନ୍ତି ରମେଶ। ଏପରିକି ବିଶ୍ବନାଥପୁର ଗୌନ୍ତିଆ ପ୍ରଦୀପ କୁମାର ଘଡ଼େଇଙ୍କୁ ଗୁଣ୍ଡା ଲଗାଇ ଗୁଳି କରି ମାରିଦେବାକୁ ଧମକ ଦେବା ସହ ବସ୍ତିର ମହିଳାମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳି କରିଥିବା ନେଇ ଶହଶହ ପୁରୁଷ ମହିଳା ସୋମବାର ବିଶ୍ବନାଥପୁର ଥାନାକୁ ଯାଇ ରମେଶ ସାହୁଙ୍କ ନାଁରେ ଅଭିଯୋଗ କରିଛନ୍ତି। ଏହାସହିତ ଅଭିଯୁକ୍ତ ରମେଶ ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବୀ କରିଛନ୍ତି। ରମେଶଙ୍କ ଗିରଫ ଦାବୀ କରି ଆଜି ବିଶ୍ବନାଥପୁର ବସ୍ତିର ଶହଶହ ପୁରୁଷ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପୁଲିସର ଦ୍ବାରସ୍ଥ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ବିଶ୍ବନାଥପୁର ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories