BJD Bijuli 480×75 Mob

ଢୋକ୍ରା କାରିଗରଙ୍କୁ ଜାତୀୟସ୍ତରରେ ଉତ୍ପାଦ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛି ବେଦାନ୍ତ ଲାଞ୍ଜିଗଡ଼

BJD Bijuli 480×75 Mob

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ ଲିମିଟେଡ ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ଶ୍ରୀନଗର ଓ ଗୁଲଠାରେ ଆୟୋଜିତ ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଜାତୀୟସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ଲାଗି ଢୋକ୍ରା କାରିଗରଙ୍କୁ ସୁଯୋଗ ଦେଇଛି । ଏହା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ୭ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଭାରତୀୟ ଆଦିବାସୀ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଟ୍ରାଇଫେଡ ହେଉଛି ଏକ ଜାତୀୟ ସମବାୟ ସଂସ୍ଥା ଯାହାକି କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ଓ ଆଦିବାସୀ କଳା ଓ ହସ୍ତଶିଳ୍ପ ବଜାର ବିକାଶକୁ ସମର୍ଥନ କରିଥାଏ । ଜାତୀୟ ପ୍ରଦର୍ଶନୀରେ ମନୋଜ ସିହ୍ନା, ମାନ୍ୟବର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଜମ୍ମୁ କାଶ୍ମୀର ଓ ଆଇଏଏସ, ସଚିବ ଆଦିବାସୀ ବ୍ୟାପାର ବିଭାଗର ଡଃ ସହିଦ ଇକବାଲ ଚୌଧୁରୀଙ୍କ ସମେତ ଏକ ହଜାରରୁ ଅଧିକ ପରିଦର୍ଶକ ଯୋଗ ଦେଇଥିଲେ ।

ଓଡ଼ିଶାର ପ୍ରସିଦ୍ଧ ଢୋକ୍ରା କଳାର ଐତିହ୍ୟ ଉପରେ ପ୍ରଦର୍ଶନୀ ଓ ବିକ୍ରୟ କରାଯାଇଥିଲା । ବେଦାନ୍ତ କଳା ଓ ସଂସ୍କୃତି ପଦକ୍ଷେପ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ କଳାକୃତିର ସଂରକ୍ଷଣ ଓ ପ୍ରଚାର ଉପରେ ଧ୍ୟାନ ଦେଉଛି । ବିଶେଷତଃ ଢୋକ୍ରା ମୂର୍ତ୍ତି, ସଉରା ଚିତ୍ର ସେଥିମଧ୍ୟରୁ ଅନ୍ୟତମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ସ୍ଥାନୀୟ କାରିଗରମାନଙ୍କ ଦକ୍ଷତା ବୃଦ୍ଧି, କଞ୍ଚାମାଲ କ୍ରୟ ପାଇଁ ସହାୟତା ଓ ବଜାର ଲିଙ୍କେଜ ପାଇଁ କାର୍ଯ୍ୟ କରୁଛି । ଏହାଦ୍ୱାରା କାରିଗରଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହିତ ସେମାନେ କାମ ଧନ୍ଦା ପାଇଁ ବାହାରକୁ ନଯାଇ ଏହି ବୃତ୍ତି ଉପରେ ମନୋନିବେଶ କରୁଛନ୍ତି । ପ୍ରକଳ୍ପର ମହତ୍ୱ ବିଷୟରେ ଜି.ଜି.ପାଲ ଡେପୁଟି ସିଇଓ ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ, ବେଦାନ୍ତ ଲାଞ୍ଜିଗଡ଼ କଳାକୃତିର ସଂରକ୍ଷଣ, ପ୍ରୋତ୍ସାହନ ଓ ପ୍ରସାର ପାଇଁ ପ୍ରୟାସ କରୁଛି ଯାହା ସମୃଦ୍ଧ ସଂସ୍କୃତିକୁ ଦର୍ଶାଇଥାଏ । ଏହି ପଦକ୍ଷେପ ମାଧ୍ୟମରେ ଆମେ ସ୍ଥାନୀୟ କାରିଗରମାନଙ୍କୁ ସେମାନଙ୍କ ରୋଜଗାର ପାଇଁ ଆୟ ସୁନିଶ୍ଚିତ କରିପାରିଛୁ । ଦେଶର ଏହି ସୁନ୍ଦର ଓ ସମୃଦ୍ଧ କଳାକୁ ସମର୍ଥନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ବେଦାନ୍ତର ଉଦ୍ୟମକୁ ପ୍ରଶଂସା କରି ଟ୍ରାଇଫେଡର ଓଡିଶା ଆଞ୍ଚଳିକ ନିର୍ଦ୍ଦେଶକ, ରାହୁଲ କୁମାର କହିଛନ୍ତି ଯେ, ବେଦାନ୍ତ ଭଳି ସଂଗଠନ ଆଦିବାସୀ ସଂସ୍କୃତି ଓ କଳାକୁ ବଞ୍ଚାଇ ରଖିବା ଲାଗି ସ୍ଥାନୀୟ କାରୀଗରମାନଙ୍କୁ ଦେଉଥିବା ପ୍ରୋତ୍ସାହନ ବାସ୍ତବିକ ପ୍ରଶଂସନୀୟ । ଢୋକ୍ରା ହେଉଛି ଏକ ସୁନ୍ଦର କଳାକୃତି ଯାହା ଆମ ଭାରତୀୟ ସଂସ୍କୃତିରେ ହଜାର ବର୍ଷ ପ୍ରାଚୀନ । ମୁଁ ଚାହୁଁଛି ବେଦାନ୍ତ ଏହିପରି ଆହୁରି ଅନେକ ବିକାଶମୂଳକ ପଦକ୍ଷେପ ହାତକୁ ନେଉ । ଢୋକ୍ରା ହେଉଛି ଏକ ପ୍ରାଚୀନ କଳା । ଏହା ପଛରେ ଭାରତର ୫୦୦୦ ବର୍ଷର ଇତିହାସ ରହିଛି । ଏହି ପାରମ୍ପରିକ କଳାକୃତିର ସଂରକ୍ଷଣ ତଥା ପ୍ରୋତ୍ସାହନ ଦିଗରେ ବେଦାନ୍ତ ଲାଞ୍ଜିଗଡ଼ର କାରିଗରମାନଙ୍କୁ ସହାୟତା ଯୋଗାଇ ଦେଉଛି । ଏହି ପଦକ୍ଷେପ ୨୦୧୮ରେ ଆରମ୍ଭ ହୋଇଥିଲା । ସମାଜର ବିକାଶଶୀଳ ଆବଶ୍ୟକତାକୁ ଧ୍ୟାନରେ ରଖି ଆଧୁନିକ କୌଶଳ ମାଧ୍ୟମରେ ସମସାମୟିକ ଡିଜାଇନରେ କଳାକୃତି ପ୍ରସ୍ତୁତି ଲାଗି ଏହା କାରିଗରମାନଙ୍କୁ ତାଲିମ ପ୍ରଦାନ କରୁଛି । ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରି ଓ ପ୍ରସାର ପାଇଁ ଏକ ସ୍ୱତନ୍ତ୍ର ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ କରିଛି ।

Comments are closed.