www.samajalive.in
Sunday, December 7, 2025
26.1 C
Bhubaneswar

ବିନା କାରଣରେ ବନ୍ଧ ହୁଡ଼ା କାଟିଦେଲେ ଲୋକେ: ପାଣି ବିନା ଜମି ଫାଟିଲା, ଚାଷୀ ହତାଶ

ଲାଞ୍ଜିଗଡ଼: ବନ୍ଧରୁ ପାଣି ନେଇ ଚାଷୀମାନେ ନିଜ ଜମିରେ ଜଳସେଚନ କରୁଥିଲେ। ଜମି ନିକଟରେ ଥିବା ଛୋଟ ବନ୍ଧଟିଏ ଯୋଗୁଁ ଶହେ ଏକରରୁ ଅଧିକ ଜମିରେ ହସୁଥିଲା ଧାନ ଫସଲ। କିନ୍ତୁ ବିନା କାରଣରେ ଈର୍ଷା ପରାୟଣ ହୋଇ କିଛି ଲୋକେ ବନ୍ଧ ହୁଡ଼ା କାଟିଦେବାରୁ ଚାଷ ଜମିରେ ପାଣି ମାଡ଼ିପାରୁନାହିଁ। ବନ୍ଧ ହୁଡ଼ାକୁ କିଛି ଲୋକେ କାଟିଦେବା ସହିତ ନଦୀରେ ସିନା ପାଣି ଛାଡ଼ିଦେଲେ ଚାଷ ଜମିରେ ଜଳସେଚନ କରାଇ ଦେଲେନାହିଁ। ଏପରି ପରିସ୍ଥିତି ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗାଁର ୨୦ରୁ ଅଧିକ ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି। ଛତ୍ରପୁର ନିକଟସ୍ଥ କେନ୍ଦୁପଡ଼ା ବୋରିଂଝୋଲି ଗାଁର କିଛି ଲୋକଙ୍କ ଦୌରାତ୍ମ୍ୟ ଯୋଗୁଁ ଛତ୍ରପୁର ଏରୋଡ୍ରମ୍ ନିକଟରେ ଥିବା ଶହେ ଏକରରୁ ଅଧିକ ଜମିରେ ପାଣି ମାଡ଼ି ପାରୁନାହିଁ। ଏହାକୁ ନେଇ ଚାଷୀମାନେ ପୁଲିସ, ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ।
ଅପରପକ୍ଷରେ ଚଳିତ ଖରିଫ ଋତୁରେ ବିକ୍ଷିପ୍ତ ବର୍ଷା ଯୋଗୁଁ ଶତାଧିକ ଏକର ଜମିରେ ମାଟି ଫାଟି ଆଁ କରିଥିବାବେଳେ ଧାନଫସଲ ନଷ୍ଟ ହେବାକୁ ବସିଲାଣି। ଧାରକରଜ କରି ଗରିବ ଚାଷୀମାନେ ଧାନ ଚାଷ କରିଥିବାବେଳେ ପାଣି ଅଭାବରୁ ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବୋରିଂଝୋଲି ଗାଁର ଲୋକଙ୍କ ଭୁଲ ବୁଝାମଣାର ଫଳ ଭୋଗୁଛନ୍ତି ନିରୀହ ଚାଷୀମାନେ। ଏଣୁ ଏହାର ସୁବିଚାର କରିବା ସହିତ ବିନା କାରଣରେ ବଂଶଧାରା ନଦୀକୁ ବହି ଯାଉଥିବା ପାଣିକୁ ଅଟକାଇ ଜଳସେଚନ କାର୍ଯ୍ୟରେ ଲଗାଇବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଛତ୍ରପୁର ଗାଁର ବନ ହରିଜନ, ଗଣ୍ୟାସୀ ହରିଜନ, ଭୈରବ ଲୋହରା, ଟିକାନା ଲୋହରା, ସିରିଂଜଲ ଲୋହରାଙ୍କ ସମେତ ଚାଷୀମାନେ ଦାବି କରିଛନ୍ତି। ଏ ସଂପର୍କରେ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ପଚାରିବାରୁ ଚାଷୀଙ୍କର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories