www.samajalive.in
Wednesday, December 10, 2025
15.1 C
Bhubaneswar

ମସ୍କାପଦର ସ୍କୁଲରେ ଅନିୟମିତତା ଅଭିଯୋଗ, ତଦନ୍ତ ପରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ ମସ୍କାପଦର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ କାମ ପାଇଁ ଆସିଥିବା ଅର୍ଥ, ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ବଣ୍ଟନରେ ହେରଫେର ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିରେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରିଛି ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ। ଏ ନେଇ ପୂର୍ବରୁ ବ୍ଳକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଥିଲା ସ୍କୁଲ ପରିଚାଳନା କମିଟି। ଅଭିଯୋଗ ଅନୁଯାୟୀ, ଲାଞ୍ଜିଗଡ ବ୍ଳକ ଛତ୍ରପୁର ପଞ୍ଚାୟତ ମସ୍କାପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ସ୍କୁଲରେ ନୂତନ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିବା ପୂର୍ଣ୍ଣଚନ୍ଦ୍ର ନାୟକ ସ୍କୁଲର ବିଭିନ୍ନ କାମ ପାଇଁ ଆସିଥିବା ୩୭,୭୦୦ଟଙ୍କା ମଧ୍ୟରୁ ୨୮.୭୦୦ ଟଙ୍କା ଖର୍ଚ୍ଚ ଦେଖାଇଥିବା ବେଳେ ତାଙ୍କ ପାଖରେ ଆଉ ୯୦୦୦ ହଜାର ଟଙ୍କା ରହିଛି ବୋଲି ଦର୍ଶାଇଛନ୍ତି। କିନ୍ତୁ ୨୮.୭୦୦ ଟଙ୍କା ଖର୍ଚ୍ଚ ହେଉଥିବା ବିଲରେ କୌଣସି ସତ୍ୟତା ନଥିଲା। ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ପାଇଁ ଗତ ୨୬ ତାରିଖରେ ସ୍କୁଲକୁ ୫୦୦ କ୍ବିଣ୍ଟାଲ ଚାଉଳ ଆସିଥିବା ବେଳେ ସ୍କୁଲ ପରିଚାଳନା କମିଟିକୁ ନଜଣାଇ ସେଥିମଧ୍ୟରୁ ୩୦୦ କ୍ବିଣ୍ଟାଲ ଚାଉଳ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ନିଜ ଘରକୁ ନେଇଥିବା ଅଭିଯୋଗ ହୋଇଥିଲା ! ଚାଉଳ ନଥିବା ଯୋଗୁଁ ସ୍କୁଲର ଛାତ୍ରଛାତ୍ରୀ ବିସ୍କୁଟ ଖାଇ ରହିଥିବା ସୂଚନା ମିଳିଛି।

ପୂର୍ବରୁ ସ୍କୁଲର ୫୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନ ବାବଦକୁ ଆସିଥିବା ଅର୍ଥ ଜଣ ପିଛା ୫୬୩.୬୮ ଟଙ୍କା କିନ୍ତୁ ପିଲାଙ୍କୁ ୫୫୦ ଟଙ୍କା ଦିଆ ଯାଇଥିବା ବେଳେ ମାସେ ବିତିଯିବା ପରେ ବି ୯ ଜଣ ଛାତ୍ରଛାତ୍ରୀଙ୍କୁ ଟଙ୍କାଟିଏ ମଧ୍ୟ ମିଳିନାହିଁ। ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷକ ନିଜ ଡ୍ୟୁଟିରେ ବି ଅବହେଳା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଅଭିଯୋଗ ପାଇବା ପରେ ଲାଞ୍ଜିଗଡ ବ୍ଳକ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା, ହରେକୃଷ୍ଣପୁର ସିଆରସିସି ଜ୍ୟୋତିର୍ମୟୀ କାଞ୍ଚନ ବାଳା ମହାରଣା ସ୍କୁଲକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ସହିତ ସତ୍ୟତା ସାମ୍ନାକୁ ଆସିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କୁ ଆଜି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ! ଏନେଇ ଚିଠି ନଂ ୨୦୭୯/୨୦୨୨ ଜାରି କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories