ଲାଞ୍ଜିଗଡ଼ :ବିଜୁ ବାବୁଙ୍କ ସ୍ବପ୍ନ ଓଡ଼ିଶା ଗଠନ ଦିଗରେ ଦୀର୍ଘ ୨୫ ବର୍ଷ ଧରି ପ୍ରୟାସ କରି ଆସୁଛି ବିଜୁଜନତା ଦଳ। ନବୀନ ପଟ୍ଟନାୟକଙ୍କ ବରିଷ୍ଠ ନେତୃତ୍ୱ ସହ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନର ସହଯୋଗ କ୍ରମେ ଓଡ଼ିଶାର ବିକାଶ ଧାରା ଦ୍ରୁତ ଗତିରେ ଆଗେଇଚାଲିଛି। ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସାଧାରଣ ଜନତାଙ୍କ ସହ ଭାଗିଦାରିତା ନିତ୍ୟାନ୍ତ ଆବଶ୍ୟକ। ଏହାକୁ ଉପଲବ୍ଧ କରି ରାଜ୍ୟ ସରକାର ପଞ୍ଚାୟତ ସ୍ତରୀୟ ଆରମ୍ଭ କରିଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର। ୫ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କାର୍ଯ୍ୟକ୍ରମ ଅଧିକ ଗୁରୁତ୍ୱ ଦିଆଯିବା ସହ ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ।
ଏହି ପରିପେକ୍ଷୀରେ ଶନିବାର ବିଶ୍ଵନାଥପୁର ଖେଳ ପଡ଼ିଆ ଠାରେ ସ୍ଥାନୀୟ ସରପଞ୍ଚ ସୁରଥ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ବ୍ଲକ ଅଧକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି ବିଶିଷ୍ଟ ଅତିଥିଭାବେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ୍ , ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ସମିତିସଭ୍ୟ ଅଜିତ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଲାଞ୍ଜିଗଡ଼ ବ୍ଲକ ବିଜେଡ଼ି ସଭାପତି ହିମାଦ୍ରୀ ପେସନିଆ, ସମାଜ ସେବୀ ହରି ଶଙ୍କର ପାତ୍ର, ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ ପ୍ରମୁଖ ମଞ୍ଚାସିନ ହୋଇ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ରୂପାନ୍ତରିତକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ ଏବଂ ଏହି ଅବସରରେ କୃଷି ଉଦ୍ୟାନ,ସ୍ୱାସ୍ଥ୍ୟ,ଶିକ୍ଷା,ସମନ୍ୱି ତ ଶିଶୁବିକାଶ, ପ୍ରାଣୀ ସମ୍ପଦ ବିଭାଗ ସମେତ ଅନେକ ବିଭାଗର ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଅଧିକାରୀ ମାନଙ୍କ ଦ୍ୱାରା ମାର୍ଗ ଦର୍ଶନ ଦିଆଯାଇଥିଲା।
ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଦଳ ଯୋଗଦେଇ ରାଜ୍ୟ ସରକାରଙ୍କ ଅନେକ ଜନହିତକାରୀ ଯୋଜନାକୁ ନୃତ୍ୟ ସଂଗୀତ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରୋମଦ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଗୋପାଳ ଦାସ ମହାନନ୍ଦ ଏବଂ ବିଶ୍ୱନାଥପୁର ପଞ୍ଚାୟତର ସମସ୍ତ କର୍ମଚାରୀ, ଗାଁ ସାଥି, ଏମବିକେ, ସିଆରପି ମାନେ ସହଯୋଗ କରିଥିଲେ।
Comments are closed.