ସିକ୍କିମରେ ଭୟଙ୍କର ଭୂସ୍ଖଳନ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ସିକ୍କିମରେ ମଙ୍ଗଳବାର ସକାଳେ ଭାରି ଭୂସ୍ଖଳନ ଯୋଗୁଁ ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାଓ୍ବର କର୍ପୋରେସନ (ଏନଏଚପିସି) ତିସ୍ତା ଷ୍ଟେଜ ୫ ବନ୍ଧର ପାଓ୍ବର ଷ୍ଟେସନ ନଷ୍ଟ ହୋଇଯାଇଛି । ଗତ କିଛି ସପ୍ତାହ ଧରି ଲଗାତର ହେଉଥିବା ଭୂସ୍ଖଳନ ଯୋଗୁଁ ୫୦ ମେଗାଓ୍ବାଟର ପାଓ୍ବର ଷ୍ଟେସନରେ ଭୂସ୍ଖଳନ ଆଶଙ୍କା ଥିଲା । ତେବେ ମଙ୍ଗଳବାର ପାଓ୍ବର ଷ୍ଟେସନକୁ ଲାଗିଥିବା ପାହାଡର ଏକ ବଡ ଭାଗ ଧସିଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।
A massive landslide hit the NHPC Teesta Stage V Power House in Sikkim.#ViralVideo #Viral #Landslide #Sikkim #PowerCorridors pic.twitter.com/6S1l7llDQG
— POWER CORRIDORS (@power_corridors) August 20, 2024
ଚଳିତ ବର୍ଷ ଜୁନ ମାସରେ ସିକ୍କିମରେ ହୋଇଥିବା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା । ଭାରୀ ବର୍ଷା ଯୋଗୁଁ ତିସ୍ତା ନଦୀରେ ବଢି ଆସିଥିଲା । ଏଥିରେ ଉତ୍ତର ପଶ୍ଚିମର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା । ଏହି ସମୟରେ ଉତ୍ତର ସିକ୍କିମରେ ଭାରୀ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
Comments are closed.