ଲାଲୁଙ୍କ ନିର୍ମାଣାଧୀନ ମଲ୍‍ ଜବତ କଲା ଇଡି

0

ପାଟନା : ଜନ୍ମ ଦିନ ପାଳନର ବାସି ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଧକ୍କା ଲାଗିଛି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ପାଟନା ନିକଟ ଦାନାପୁରଠାରେ ନିର୍ମାଣାଧୀନ ମଲ୍‍କୁ ମଙ୍ଗଳବାର ଜବତ କରାଯାଇଛି। ଲାଲୁ ଓ ତାଙ୍କ ପରିବାର ମାଲିକାନାରେ ଥିବା ଏହି ମଲ୍‍ ନିର୍ମାଣ ବନ୍ଦ କରିବା ପାଇଁ ପ୍ରାୟ ବର୍ଷକ ପୂର୍ବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଲାଲୁଙ୍କ ପତ୍ନୀ ରାବଡ଼ି ଦେବୀ, ପୁଅ ତେଜପ୍ରତାପ ଓ ତେଜସ୍ୱୀ, ଝିଅ ଚନ୍ଦା ଓ ରାଗିଣୀ ଏହି ମଲ୍‍ର ନିର୍ଦେଶକ ମଣ୍ଡଳୀ ସଦସ୍ୟ ଅଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଅଭିଯୋଗ କରିଥିଲେ ଯେ ଏହି ମଲ୍‍ର ମ୍ୟାପ୍‍ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଲାଭ କରିନାହିଁ। ପ୍ରାୟ ୨୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ମଲ୍‍ ନିର୍ମାଣ ହେଉଛି। ଲାଲୁ ୨୦୧୭ ଏପ୍ରିଲରେ ଲାଲୁ କିଣିଥିଲେ। ପ୍ରାୟ ୩ ଏକର ବ୍ୟାପ୍ତ ଏହି ଜମିର ମୂଲ୍ୟ ୪୫କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜମି କିଣା ଓ ନିର୍ମାଣରେ କୌଣସି ଅନିୟମିତତା ହୋଇ ନଥିବା ଲାଲୁ ତାଙ୍କ ପରିବାର ଦାବି କରୁଥିଲେ ମଧ୍ୟ ଗତ ଡିସେମ୍ବରରେ ଇଡି ଜମି ଦଖଲ ଉଦ୍ୟମ କରିଥିଲେ।

Leave A Reply