www.samajalive.in
Sunday, December 7, 2025
26.1 C
Bhubaneswar

ଲଡୁଗାଁ ପେଟ୍ରୋଲ ପମ୍ପ ସିଲ୍ ଘଟଣା ; ପୁନଃ ତଦନ୍ତ କଲେ ବିଭାଗୀୟ ଅଧିକାରୀ

ଲଡୁଗାଁ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଥିବା ପେଟ୍ରୋଲ ପମ୍ପ ମାନଙ୍କରେ ନାନାପ୍ରକାର ଅନିୟମିତତା ତଥା ଠକାମୀ ଅଭିଯୋଗରେ ପମ୍ପ ଗୁଡ଼ିକୁ ସିଲ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ସୋମବାର ବିଧାନସଭା ମଧ୍ୟ ହୁଲୁସ୍ତୁଲୁ ହୋଇଛି। ଏଥିରୁ ଲଡୁଗାଁ ପେଟ୍ରୋଲ ପମ୍ପ ମଧ୍ୟ ବାଦ୍ ପଡିନି, ପେଟ୍ରୋଲ ପମ୍ପଟିକୁ ପ୍ରାୟ ମାସେରୁ ଉର୍ଦ୍ଧ୍ବ ହେଲା ସିଲ କରି ଦିଆଯାଇଛି।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ଥିତ ବଜରଙ୍ଗବଳୀ ପେଟ୍ରୋଲ ପମ୍ପକୁ ଜିଲ୍ଲା ମାପ ଓ ଓଜନ ବିଭାଗ ତଥା ଇଣ୍ଡେନ ଅଏଲ ତଦନ୍ତକାରୀ ଟିମ୍ ପକ୍ଷରୁ ପୁଲିସ ଉପସ୍ଥିତିରେ ମଙ୍ଗଳବାର ପୁନଃ ତଦନ୍ତ କରାଯାଇଛି। ମାପ ଓ ଓଜନ ବିଭାଗ କର୍ମଚାରୀଙ୍କ ଉପସ୍ଥିତି ଓ ପମ୍ପ ସିଲ୍ କରିବା ପେଟ୍ରୋଲପମ୍ପ ମାଲିକ ମାପ ଓଜନରେ ଠକାମୀ କରୁଥିବା ସନ୍ଦେହ କରାଯାଉଛି। ପମ୍ପ ଖୋଲିବାଠୁ ଏତେଦିନ ହେବ ଇଣ୍ଡେନ୍ ଅଏଲ୍ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉକି ଖାମ ଖିଆଲ ନୀତି ଯୋଗୁଁ ଗ୍ରାହକମାନେ ଠକାମୀର ଶିକାର ହୋଇଥିବା ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସଂପ୍ରତି କୋକସରା ବ୍ଲକରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ରହିଛି, ଏଗୁଡ଼ିକୁ ମଧ୍ୟ ଅନ୍ତତଃ ମାସକୁ ଥରେ ଯାଞ୍ଚ କରାଗଲେ ଗ୍ରାହକ ଠକାମୀର ଶିକାର ହେବେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories