www.samajalive.in
Saturday, December 6, 2025
23.1 C
Bhubaneswar

ଉଚ୍ଚ ଡିଆଁରେ ଜାତୀୟ ସ୍ତରକୁ ଡେଇଁଲେ ଦୁଷ୍ମନ୍ତ

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଏକଲ ଅଭିଯାନ ତରଫରୁ କୋକସରା ସଞ୍ଚ ଓ ଭବାନୀପାଟଣା ଅଞ୍ଚଳରେ ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଲଡୁଗାଁ ଗ୍ରାମର ଜଣେ ଛାତ୍ର ଦୁଷ୍ମନ୍ତ ପାଣଗ୍ରାହୀ ଉଚ୍ଚ ଡିଆଁରେ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଏବେ ଜାତୀୟ ସ୍ତରକୁ ଉନ୍ନୀତ ହୋଇଛନ୍ତି । ଯାହାକୁ ନେଇ କୋକସରା ସଂଚ ସଭାପତି କିଶନ କୁମାର ପଟ୍ଟନାୟକ, ସଞ୍ଚ ସମିତି ସୁବାସ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ଲକ୍ଷ୍ମୀଧର ପଟ୍ଟନାୟକ , ସଞ୍ଚ ପ୍ରମୁଖ ଠଣ ସୁନ୍ଦର ଦାସ, ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ୟ୍ୟ ପର୍ଶୁରାମ ଦୁର୍ଗା ସମେତ ତାଙ୍କ ପିତା ଡିସେମ୍ୱର ପାଣିଗ୍ରାହୀ ଓ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ଦୁଷ୍ମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories