www.samajalive.in
Saturday, December 6, 2025
23.1 C
Bhubaneswar

ଭକ୍ତଙ୍କ ଭାବାବେଗକୁ ଧକ୍କା: ଜଗନ୍ନାଥଙ୍କୁ ଅର୍ପିତ ଚାଉଳ, ଗୁଆ, ନଡ଼ିଆ ଶିବ ମନ୍ଦିରରେ

ପାଟଣା: ଭକ୍ତଙ୍କ ଭାବାବେଗକୁ ଧକ୍କା ଲାଗିଛି। ଶ୍ରଦ୍ଧାର ସହ ଅର୍ପଣ ରଥରେ ସମର୍ପି ଦେଇଥିବା ଚାଉଳ, ଗୋଟାଗୁଆ ଓ ନଡ଼ିଆକୁ ଶ୍ରୀମନ୍ଦିରକୁ ନିଆଯିବା ପରିବର୍ତ୍ତେ ଶିବ ମନ୍ଦିରକୁ ସମର୍ପି ଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ। ବ୍ଲକ ଅଞ୍ଚଳର କେତେକ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ସଂଗୃହୀତ ହୋଇଥିବା ଗୁଆ, ଚାଉଳ ଓ ନଡ଼ିଆ ଇତ୍ୟାଦିକୁ ବ୍ଲକ କର୍ତ୍ତୃପକ୍ଷ ପାଟଣାର ପ୍ରାଚୀନ ଆନନ୍ଦେଶ୍ୱର ମହାଦେବଙ୍କୁ ଦାନରେ ଦେଇ ଦେଇଛନ୍ତି। ଦାନରେ ଆସିଥିବା ଏହି ଚାଉଳ, ଗୁଆଗୁଡ଼ିକ ଏବେ ପରିତ୍ୟକ୍ତ ଭାବେ ଆନନ୍ଦେଶ୍ୱର ମହାଦେବଙ୍କ ରୋଷଘର ସାମ୍ନାରେ ପଡ଼ି ରହିଛି। ଏନେଇ ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁଙ୍କୁ ଯୋଗାଯୋଗ କରାଯିବାରେ ଏହାକୁ ପୁରୀ କେବେ ପଠାଯିବ ତାହାର ନିର୍ଦ୍ଦେଶ ମିଳି ନ ଥିବାରୁ ସେଗୁଡିକୁ ଶିବ ମନ୍ଦିରରେ ରଖାଯାଇଥିବା ସୂଚନା ଦେଇଛନ୍ତି।

ଅପରପକ୍ଷେ, ଏଠାରେ ଚାଉଳ ଅଧିକ ଦିନ ରହିଲେ ମୂଷା ନଷ୍ଟ କରିବା ଆଶଙ୍କା ମଧ୍ୟ ରହିଥିବାରୁ ମହାଶିବରାତ୍ରୀ ପୂର୍ବରୁ ଏଠାରୁ ଚାଉଳ ନିଆ ନଗଲେ ବାଧ୍ୟ ହୋଇ ଏହାକୁ ରାନ୍ଧି ଶ୍ରଦ୍ଧାଳୁଙ୍କୁ ବିତରଣ କରାଯିବ ବୋଲି ମନ୍ଦିର କମିଟିର ଅଜୟ କୁମାର ଦାଶ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories