www.samajalive.in
Friday, December 5, 2025
20.1 C
Bhubaneswar

ଏସସିବିରେ ପ୍ରଥମ ହାପଲୋ ଅସ୍ଥିମଜା ପ୍ରତିରୋପଣ ରୋଗୀଙ୍କ ମୃତ୍ୟୁ

କଟକ: ଏସସିବିରେ ପ୍ରଥମ ହାପଲୋ ଅସ୍ଥିମଜା ପ୍ରତିରୋପଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଅଂଚଳର ଶୁଭ୍ରାଂଶୁ ସାହୁଙ୍କ ଶୁକ୍ରବାର ଭୋରରୁ ମୃତ୍ୟୁ ହୋଇଥିବା ଏସସିବିର ଡାକ୍ତର ସୂଚନା ଦେଇଛନ୍ତି । ଗତ ୯ ତାରିଖରେ କଟକ ବଡ ମେଡିକାଲରେ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଜିଲାର ଶ୍ରୁଭାଂଶୁ ସାହୁଙ୍କ ଏହି ବିରଳ ପ୍ରତିରୋପଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା। ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିଲା। ଏଥିପାଇଁ ପ୍ରତିରୋପଣ ସମ୍ଭବ ହୋଇଥିଲା। ପ୍ରତିରୋପଣ ପରେ ଉଭୟ ରୋଗୀ ଓ ଷ୍ଟେମ୍ ଦାତାଙ୍କ ଅବସ୍ଥା ସ୍ଥିର ରହିଥିଲା । ବଡ ଭାଇକୁ ରକ୍ତ କର୍କଟ ରୋଗ ହୋଇଥିବାରୁ ସାନ ଭାଇର ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା । ହେଲେ ଶୁଭ୍ରାଂଶୁଙ୍କୁ ଏବେ ମୃତ୍ୟୁ ହୋଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories