ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଜର୍ମାନୀର ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର ହୋଇଛି। ସୂର୍ଯ୍ୟକୁମାରଙ୍କ ପେଟର ନିମ୍ନଭାଗରେ ଯନ୍ତ୍ରଣା ଅନୁଭୂତ ହେଉଥିବାରୁ ଏହି ଅେସ୍ତ୍ରାପଚାର କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ବେଳେ ସୂର୍ଯ୍ୟକୁମାରଙ୍କ ସମସ୍ୟା ବଢ଼ି ଯାଇଥିଲା। ସୂର୍ଯ୍ୟକୁମାରଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ସୂର୍ଯ୍ୟକୁମାର ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେବା ସହ ସେ ଖୁବ୍ଶୀଘ୍ର ସୁସ୍ଥ ହୋଇ ଭାରତ ଫେରିବେ ବୋଲି ଦର୍ଶାଇଛନ୍ତି। ୨୦୨୪ ଆଇପିଏଲରେ ସୂର୍ଯ୍ୟକୁମାର ଖେଳିବାର ଆଶା ରହିଛି। ସେହିପରି ଆଗାମୀ ଟି୨୦ ବିଶ୍ବକପ୍ରେ ସେ ଭାରତୀୟ କ୍ରିକେଟ୍ ଦଳକୁ ପ୍ରତିନିଧିତ୍ବ କରିବା ଏକପ୍ରକାର ନିଶ୍ଚିତ।
Popular Categories



