www.samajalive.in
Sunday, December 7, 2025
26.1 C
Bhubaneswar

ଧାମରା ବନ୍ଦରରେ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଧାମରା: ଧାମରା ବନ୍ଦର ମଧ୍ୟରେ ଶୁକ୍ରବାର ଏକ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ରବିମୁଲ ଅଲ୍ଲି ଖାଁ (୪୫) । ପ୍ରତକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ, ରବିମୁଲ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ଧାମରା ବନ୍ଦର କର୍ତ୍ତୃପକ୍ଷ ନିଜ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର କେବଳ ଅକ୍ସିଜେନ ଲଗାଇ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ଏହି ମୃତକଙ୍କ ପରିବାରକୁ ଖବର ଦିଆଯାଇଥିଲା। ଘରେ ରବିମୁଲଙ୍କ ପତ୍ନୀ ମୁନି ବିବି (୪୦) ନିଜ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସହଜରେ ଗ୍ରହଣ କରି ପାରି ନଥିଲେ ଏବଂ ଧାମରା ବନ୍ଦର କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କ ସ୍ୱାମୀକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories