ବିଜେପି ବିରୋଧୀ, ରାଷ୍ଟ୍ର ବିରୋଧୀ ନୁହନ୍ତି : ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ : ଦୀର୍ଘ ଦିନର ନୀରବତା ପରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବିଜେପିର ପ୍ରକୃତ ଅର୍ଥ କଣ ନିଜର ଏକ ବ୍ଲଗ ମାଧ୍ୟମରେ ଜଣାଇଛନ୍ତି । ଆଡଭାନୀ ନିଜର ବ୍ଲଗ ମାଧ୍ୟମରେ କହିଛନ୍ତି ଯେଉଁମାନେ ବିଜେପି ବିରୋଧୀ ସେମାନେ ରାଷ୍ଟ୍ର ବିରୋଧୀ ନୁହନ୍ତି। ‘ପ୍ରଥମେ ଦେଶ , ପରେ ଦଳ, ଏବଂ ଶେଷରେ ମୁଁ’ ଶୀର୍ଷକରେ ନିଜର ଏହି ବ୍ଲଗରେ ଆଡଭାନୀ ଭାରତରେ ସାମ୍ପ୍ରତିକ ରାଜନୀତି କଥା କହିଛନ୍ତି । ସେ କହିଛନ୍ତି ଭାରତୀୟ ଗଣତନ୍ତ୍ର ବିଭିନ୍ନତା ଓ ବାକ୍ ସ୍ୱାଧୀନତାକୁ ସମ୍ମାନ ଦେଇଆସିଛି । ବିଜେପି ପ୍ରତିଷ୍ଠା ଦିନରୁ ହିଁ ବିଜେପି ଚିନ୍ତାଧାରା ସହ ଅସହମତ ଥିବା ଲୋକମାନଙ୍କୁ ନିଜର ବିଦ୍ରୋହୀ ନୁହଁ ବରଂ ବିରୋଧୀ ବୋଲି ଭାବିଥିବା ଲାଲକୃଷ୍ଣ ଆଡଭାନୀ କହିଛନ୍ତି । ଏପ୍ରିଲ ୬ ତାରିଖରେ ବିଜେପିର ପ୍ରତିଷ୍ଠା ଦିବସ ଓ ୧୧ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେଉଥିବାରୁ ଏହି ବ୍ଲଗ ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
୧୯୯୧ ମସିହାରୁ ଲାଲକୃଷ୍ଣ ଆଡଭାନୀ ଗୁଜରାଟର ଗାନ୍ଧୀନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ଆସୁଥିଲେ। ଲୋକମାନଙ୍କ ଭାଲପାଇବା ଯୋଗୁଁ ଲାଲକୃଷ୍ଣ ଆଡଭାନୀ ଏହି ସଂସଦୀୟ କ୍ଷେତ୍ରରୁ ୬ଥର ନିର୍ବାଚିତ ହୋଇଥିଲେ। ଏଥିପାଇଁ ସେ ଗାନ୍ଧୀନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ଲୋକସଭା ନିର୍ବାଚନରେ ଦଳ ଲାଲକୃଷ୍ଣ ଆଡଭାନୀକୁ ଟିକେଟ ନ ଦେଇ ଏହି ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଲଢୁଛନ୍ତି।
ସେ ଆହୁରି କହିଛନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ବିଜେପିର ସ୍ବତନ୍ତ୍ରତା ରହିଆସିଛି। ସମସ୍ତ ଗଣତାନ୍ତ୍ରିକ ସଂସ୍ଥାର ସ୍ୱାଧୀନତା ରକ୍ଷା କରିବାରେ ବିଜେପି ପ୍ରଥମ ବୋଲି ଆଡଭାଣୀ କହିଛନ୍ତି।
ମୋ ଦଳ ସତ୍ୟ, ନିଷ୍ଠା ଓ ଗଣତନ୍ତ୍ର ୩ଟି ସ୍ତମ୍ଭରେ ଛିଡା ହୋଇଛି । ଜରୁରୀକାଳୀନ ପରିସ୍ଥିତି ସମୟର ସେହି ଅଦ୍ଭୁତପୁର୍ବ ସଂର୍ଘଷ ଏହି ମୂଲ୍ୟବୋଧର ପ୍ରତୀକ ବୋଲି ଆଡଭାନୀ କହିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୫ ପରେ ନିଜର ବ୍ଲଗ ଲେଖିଛନ୍ତି।

kalyan agarbati

Comments are closed.