ଉତ୍ପାଦନ, ବିକ୍ରୟ ଓ ନିଯୁକ୍ତିରେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ରେକର୍ଡ

ଡେସ୍କ: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ଦେଇଥିବା ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଅସ୍ଥାୟୀ ତଥ୍ୟ ପ୍ରକାଶ କରି କହିଛନ୍ତି ଯେ ପୂର୍ବ ସମସ୍ତ ତଥ୍ୟକୁ ଅତିକ୍ରମ କରି ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ନୂତନ ନିଯୁକ୍ତି ସୃଷ୍ଟିରେ ୩୯୯.୬୯%, ଉତ୍ପାଦନରେ ୩୧୪.୭୯% ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ୮୦.୯୬% ବୃଦ୍ଧି ଘଟିଛି। ୨୦୧୩-୧୪ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ବିକ୍ରିରେ ୩୩୨.୧୪%, ଉତ୍ପାଦନରେ ୨୬୭.୫୨% ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ୬୯.୭୫% ବୃଦ୍ଧି ଘଟିଛି।

ଆପଣ ବି ଖାଇପାରିବେ ଏହି ୧୬ଟି ପୋକ – ମଞ୍ଜୁରୀ ମିଳିଛି, ଦେଖନ୍ତୁ ତାଲିକା

ଶ୍ରୀ କୁମାର କହିଛନ୍ତି ଯେ କେଭିଆଇସିର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ କେଭିଆଇସି ଉତ୍ପାଦର ବିକ୍ରି ୧.୫୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ବରପିତାଙ୍କ ଉପରେ ମାଡିଗଲା ବରଯାତ୍ରୀ ବସ୍

Comments are closed.