www.samajalive.in
Saturday, December 6, 2025
17.1 C
Bhubaneswar

ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା କାନାଡ଼ା, ଭାରତର ଦୃଢ଼ ଜବାବ

ସମାଜ ଡିଜିଟାଲ ଡେସ୍କ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ଆଣିଛି କାନାଡ଼ା। ଏ ନେଇ କାନାଡ଼ା ନିରାପତ୍ତା ସଂସ୍ଥାର ଅଧିକାରୀଙ୍କ ମନ୍ତବ୍ୟକୁ ଆଧାର କରି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି। ଏହାପରେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖାରଜ କରିବା ସହିତ ନିନ୍ଦା କରି କହିଛି ଯେ, ଆମେ ସାଧାରଣତଃ ଗଣମାଧ୍ୟମ ରିପୋର୍ଟ ମନ୍ତବ୍ୟ ଦେବାକୁ ପସନ୍ଦ କରୁନାହୁଁ। ତେବେ ଗଣମାଧ୍ୟମକୁ କାନାଡ଼ା ସରକାରଙ୍କ ଏଭଳି ହାସ୍ୟାସ୍ପଦ ମନ୍ତବ୍ୟକୁ ଖାରଜ କରାଯିବା ଉଚିତ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି। ଏଭଳି ମିଥ୍ୟା ପ୍ରଚାର ଦୁଇ ଦେଶ ମଧ୍ୟରେ ପୂର୍ବରୁ ଖରାପ ହୋଇଥିବା ସମ୍ପର୍କକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି।

କାନାଡ଼ାର ଦୁଇଟି ଗଣମାଧ୍ୟମକୁ କାନାଡ଼ା ନିରାପତ୍ତା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ମନ୍ତବ୍ୟ ଦେଇ କହିଥିଲେ ଯେ, କାନାଡ଼ାରେ ନିଜ୍ଜାର ହତ୍ୟା ଏବଂ ଅନ୍ୟ ହିଂସା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଅବଗତ ଥିଲେ। କାନାଡ଼ା ଏବଂ ଆମେରିକୀୟ ଗୁଇନ୍ଦା ସଂସ୍ଥା ଏହି ହତ୍ୟାକାଣ୍ଡ ସହିତ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଏନଏସଏ ଅଜିତ ଡେଭାଲ ଏବଂ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମ୍ପୃକ୍ତି ଥିବା ସୂଚନା ପାଇଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories