ମୁଁ ମୁଖ୍ୟମନ୍ତ୍ରୀ ହେବା ବାପାଙ୍କୁ ପସନ୍ଦ ନଥିଲା: କୁମାରସ୍ୱାମୀ

0

ବେଙ୍ଗାଲୁରୁ: ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ପରେ କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଜେଡିଏସ୍‍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍ ଡି ଦେବେଗୌଡ଼ା ଚାହୁଁ ନ ଥିଲେ। କଂଗ୍ରେସ ନେତାଙ୍କ ଚାପ ଯୋଗୁଁ ମୁଖ୍ୟମନ୍ତ୍ରୀ ପଦ କୁମାରସ୍ୱାମୀଙ୍କୁ ମିଳିଛି। ଖୋଦ୍‍ କୁମାରସ୍ୱାମୀ ଏହି ସୂଚନା ଦେଇଛନ୍ତି।
କର୍ଣ୍ଣାଟକରେ ଝୁଲା ବିଧାନସଭା ହେବା ନିଶ୍ଚିତ ବୋଲି ଜଣାପଡ଼ିବା ପରେ କଂଗ୍ରେସ ନେତମାନେ ଦେବେଗୌଡ଼ାଙ୍କୁ ମେଣ୍ଟ ସରକାର ଗଠନ ପ୍ରସଙ୍ଗରେ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେଗୌଡ଼ା କଂଗ୍ରେସକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କୁମାରସ୍ୱାମୀ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ବାଧ୍ୟ କରିବାରୁ ଶେଷରେ କୁମାରସ୍ୱାମୀଙ୍କୁ ଏହି ପଦ ମିଳିଥିଲା। କୁମାରସ୍ୱାମୀଙ୍କ ଦୁଇ ଦୁଇ ଥର ହୃତପିଣ୍ଡରେ ଅସ୍ତ୍ରୋପଚାର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କ ବାପା ଦେବେଗୌଡ଼ା ମନା କରିଥିଲେ। ଯେଉଁ ପରିସ୍ଥିତିରେ ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ସେତେବେଳେ ସେ ସରକାରର ସ୍ଥାୟୀତ୍ୱ ଓ ଭବିଷ୍ୟତ ନେଇ ମଧ୍ୟ ସନ୍ଦୀହାନ ଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ପଦ କଂଗ୍ରେସ ହିଁ ରଖୁ ବୋଲି ଦେବେଗୌଡ଼ା ଚାହୁଁଥିଲେ।

prayash

କୁମାରସ୍ୱାମୀ ଭାବପ୍ରବଣତାର ସହିତ କହିଛନ୍ତି ଯେ ସେ କେତେଦିନ ବଞ୍ଚିବେ ଜାଣିନାହାନ୍ତି। ତେଣୁ ଅର୍ଥ ପଛରେ ନଗୋଡ଼ାଇ କେବଳ କଲ୍ୟାଣମୂଳକ କାମ ପଛରେ ସେ ମନ ଦେଇଛନ୍ତି। ପ୍ରଶାସନରୁ କିପରି ଦୁର୍ନୀତି ହଟିବ ତାହାକୁ ସେ ପ୍ରାଥମିକତା ଦେଉଛନ୍ତି। ଏହା କଷ୍ଟସାଧ୍ୟ ହେଲେ ମଧ୍ୟ ତାହା ସେ କରି ଦେଖାଇବେ।

Leave A Reply