www.samajalive.in
Sunday, December 7, 2025
26.1 C
Bhubaneswar

ବାଦାମ ଗୁଲକନ୍ଦ କୁଲ୍‍ଫି

ଆବଶ୍ୟକ ସାମଗ୍ରୀ
ବାଦାମ – ୨୦୦ ଗ୍ରାମ
ଗୋଲାପ ଫୁଲ ପାଖୁଡ଼ା – ୪୦ ଗ୍ରାମ
କ୍ଷୀର – ୧ଲିଟର
ଖୁଆ – ୮୦ ଗ୍ରାମ
ଚିନି – ୫୦ ଗ୍ରାମ
କେସର – ଅଳ୍ପ
ପାଣି – ୩କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣିରେ ବାଦାମ ପକାଇ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରି ଏଥିରୁ ଚୋପା ଛଡ଼ାଇ ଦିଅନ୍ତୁ। ଏହି ବାଦାମରେ ୧କପ କ୍ଷୀର ମିଶାଇ ଭଲ ଭାବେ ପେଷି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଆଉ ଏକ ପାତ୍ରରେ ଅଧ କପ ପାଣି, ଚିନି ଓ ଗୋଲାପ ପାଖୁଡ଼ା ପକାଇ ଏହି ପାତ୍ରକୁ ଗ୍ୟାସରେ ବସାଇ ବହଳିଆ ହେବା ପର୍ଯ୍ୟନ୍ତ ପ୍ରସ୍ତୁତ କରନ୍ତୁ। ଏହାପରେ ପୁଣି ଗ୍ୟାସରେ ଏକ ପାତ୍ର ବସାଇ ଏଥିରେ ଭଲ ଭାବେ କ୍ଷୀର ଫୁଟାନ୍ତୁ। ଏକ ଛୋଟ ପାତ୍ରରେ ଅଳ୍ପ କ୍ଷୀର ଓ କେସରକୁ ଗୋଳାଇ ରଖନ୍ତୁ। ଏବେ ଫୁଟୁଥିବା କ୍ଷୀରରେ ଖୁଆ, ଚିନି ଗୋଲାପ ପାଖୁଡ଼ାର ସିରା, କେସର ବତୁରାଇଥିବା କ୍ଷୀର, ବାଦାମ ପେଷ୍ଟ ପକାଇ ବହଳିବା ହେବା ପର୍ଯ୍ୟନ୍ତ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ହେବା ପରେ ଏହାକୁ ଏକ ପାତ୍ରରେ ଭରି ଫ୍ରିଜରେ ରଖି ଦିଅନ୍ତୁ କିମ୍ବା ବଜାରରେ ମିଳୁଥିବା କୁଲ୍‍ଫି ଷ୍ଟାଣ୍ଡରେ ଏହି ମିଶ୍ରଣକୁ ଭରି ଫ୍ରିଜରେ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଦାମ ଗୁଲକନ୍ଦ କୁଲଫି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories