www.samajalive.in
Monday, December 8, 2025
14.1 C
Bhubaneswar

ଟି-୨୦ରେ କୁଲଦୀପଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା

ଦୁବାଇ : ଟ୍ୱେଣ୍ଟି-୨୦ ବୋଲର ଭାବେ ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା ମିଳିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‍ର ୨ଟି ମ୍ୟାଚ୍‍ରୁ ୫ଟି ୱିକେଟ୍‍ ହାସଲ କରିଥିବା କୁଲଦୀପ୍‍ ମାନ୍ୟତାରେ ୧୪ଟି ସ୍ଥାନ ଉପରକୁ ଉଠି ୨୩ନଂରେ ରହିଥିବା ସୋମବାର ଆଇସିସି ତରଫରୁ ପ୍ରକାଶିତ ତାଲିକାରୁ ଜଣାପଡ଼ିଛି। ସେହିପରି ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୯ଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୧୯ନଂରେ ଥିବା ବେଳେ ଯଶପ୍ରୀତ ବୁମରା ୫ଟି ସ୍ଥାନ ଉପରକୁ ଉଠି ୨୧ନଂରେ ରହିଛନ୍ତି।
ବ୍ୟାଟସମ୍ୟାନ୍‍ ମାନ୍ୟତାରେ ରୋହିତ ଶର୍ମା ୩ଟି ସ୍ଥାନ ଉପରକୁ ଉଠି ୭ମ ଓ ଶିଖର ଧାୱନ୍‍ ୫ଟି ସ୍ଥାନ ଉପରକୁ ଉଠି ୧୬ନଂରେ ରହିଛନ୍ତି। ଦଳଗତ ମାନ୍ୟତାରେ ପାକିସ୍ତାନ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଅଲରାଉଣ୍ଡର ମାନ୍ୟତାରେ ଅଷ୍ଟ୍ରେଲିଆର ଗ୍ଲେନ୍‍ ମ୍ୟାକ୍‍ସୱେଲ୍‍ ଶୀର୍ଷ ସ୍ଥାନରେ ରହିଥିବା ବେଳେ ମହମ୍ମଦ ନବି ଦ୍ୱିତୀୟ, ସାକିବ ଅଲ୍‍ ହସନ୍‍ ତୃତୀୟ ଓ ଜେପି ଡୁମିନି ଚତୁର୍ଥ ସ୍ଥାନରେ ରହିଛନ୍ତି।
ଚଳିତ ମାସ ଶେଷ ଭାଗକୁ ଅଷ୍ଟ୍ରେଲିଆ ୪ଟି ଟ୍ୱେଣ୍ଟି-୨୦ ମ୍ୟାଚ୍‍ ଖେଳିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଓ ଭାରତ ବିପକ୍ଷରେ ୩ଟି ମ୍ୟାଚ୍‍ ଖେଳିବ ଅଷ୍ଟ୍ରେଲିଆ। ଯଦି ଅଷ୍ଟ୍ରେଲିଆ ୪ଟି ଯାକ ମ୍ୟାଚ୍‍ ଜିତିଯାଏ ତେବେ ଦଳ ୧୨୬ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିବ। ଅନ୍ୟପକ୍ଷରେ ଯଦି ଦଳ ସବୁ ମ୍ୟାଚ୍‍ ହାରି ଯାଏ ତେବେ ୧୧୨ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିବ। ଅନ୍ୟପକ୍ଷରେ ଭାରତ ଯଦି ୩ଟି ଯାକ ମ୍ୟାଚ୍‍ ଜିତେ ତେବେ ଦଳର ପଏଣ୍ଟ ସଂଖ୍ୟା ୧୨୯ରେ ପହଞ୍ଚିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories