ଅନ୍ତର୍ଜାତୀୟ କ୍ରିକେଟ୍‌ରୁ କୁଳଶେଖରଙ୍କ ସନ୍ନ୍ୟାସ

କଲମ୍ବୋ : ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଦ୍ରୁତ ବୋଲର ନୁଆନ୍ କୁଳଶେଖର। ଶ୍ରୀଲଙ୍କା ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟହାସଲକାରୀ ତାଲିକାରେ ୩ନଂରେ ଅଛନ୍ତି କୁଳଶେଖର। ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ଚାମିଣ୍ଡା ଭାସ୍‌ ଓ ଲାସିଥ୍‌ ମାଲିଙ୍ଗା ରହିଛନ୍ତି। ସୂଚନାଥାଉକି ୨୦୧୧ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ରେ କୁଳଶେଖରଙ୍କ ବଲରେ ଛକା ମାରି ମହେନ୍ଦ୍ର ସିଂହ ଧୋନି ଭାରତକୁ ଜିତାଇଥିଲେ। ୩୭ ବର୍ଷୀୟ କୁଳଶେଖର ଶ୍ରୀଲଙ୍କା ତରଫରୁ ୧୮୪ଟି ଦିନିକିଆ ମ୍ୟାଚ୍‌ ଖେଳି ୧୯୯ଟି ୱିକେଟ୍‌ ହାସଲ କରିଥିବା ବେଳେ ୫୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୬୬ଟି ୱିକେଟ୍‌ ହାସଲ କରିଛନ୍ତି। ସେହିପରି କୁଳଶେଖର ୪୮ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୧ଟି ୱିକେଟ୍‌ ହାସଲ କରିଥିଲେ। ସେ ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳ ତରଫରୁ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ। ୨୦୧୭ ଜୁଲାଇରେ କୁଳଶେଖର ଶେଷଥର ପାଇଁ ଶ୍ରୀଲଙ୍କା ଦିନିକିଆ ଦଳକୁ ପ୍ରତିନିଧିତ୍ବ କରି ଜିମ୍ବାୱେ ବିପକ୍ଷରେ ଖେଳିଥିଲେ। ୨୦୦୯ରେ କୁଳଶେଖର ଆଇସିସି ବୋଲର ମାନ୍ୟତାର ୧ନଂ ସ୍ଥାନ ଅଧିକାର କରିଥିଲେ। ୨୨ ରନ୍‌ ବିନିମୟରେ ୫ଟି ୱିକେଟ୍ ହାସଲ କରିବା ଦିନିକିଆରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏହାକୁ ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ।

kalyan agarbati

Comments are closed.