ଗୋପବନ୍ଧୁ ଦାସଙ୍କ ୯୫ତମ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ସଭା

କୁଆଁପାଳ: ସେବକ ଶିରୋମଣି, ସେବା ଓ ତ୍ୟାଗର ମୁକ୍ତିମନ୍ତ ପ୍ରତୀକ ଆମ ସମସ୍ତଙ୍କ ପ୍ରେରଣାଦାୟୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୁଣ୍ୟତିଥି ଅବସରରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋବିନ୍ଦପୁର ସ୍ଥିତ ଶ୍ରୀଶ୍ରୀ ବୀର ଭଦ୍ରସ୍ୱର ମହାଦେବ ମନ୍ଦିର ନିକଟରେ ଶ୍ରଦ୍ଧାଞ୍ଜଳି ସଭା ଗୋପାଳ ପୁର ଦ୍ବିତୀୟଭଞ୍ଜ ସାହିତ୍ୟ ସଂସଦ ଓ ସମାଜ କୁଆଁପାଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।

prayash

ସଂସଦର ସମ୍ପାଦକ ଗୌତ୍ତମ ଚରଣ ଜେନାଙ୍କ ପୌରହିତ୍ୟରେ ଔପନାସିକା ବିଦୁଲତା ପ୍ରଧାନ ଭଦ୍ରଶ୍ୱର ଥାନା ଅଧିକାରୀ ତପନ ନାୟକ,ଶିକ୍ଷାବିତ ବ୍ରଜସୁନ୍ଦର ନାୟକ, କଲ୍ଲୋଳ ଚନ୍ଦ୍ର ମହାନ୍ତି, କବି ରାଜକିଶୋର ମିଶ୍ର, କବି ପ୍ରଫୁଲ୍ଲ ସାହୁ, କବି ପ୍ରଫୁଲ୍ଲ ସିଂହ, ସରପଞ୍ଚ କମଳାକାନ୍ତ ରାଉତ, ସମିତି ସଭ୍ୟ ରାଉଳ, ସାମ୍ବାଦିକ ଅଶୋକ ପ୍ରହରାଜ, ସମ୍ବାଦିକା ସଂଯୁକ୍ତା ସାହୁ, ସଦାଶିବ ପଣ୍ଡା, ଦିଲ୍ଲୀପ ଗ୍ରହଚାର୍ଯ୍ୟ, ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହା ମନ୍ଦିର ପରିସରରେ ଉତ୍କଳମଣିଙ୍କ ଉଦ୍ଧେଶ୍ୟରେ କବିତା ପାଠଉତ୍ସବ କବି ମାନେ ସ୍ୱରଚିତ କବିତା ପାଠ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, କୁଆଁପାଳ ସମାଜ ପ୍ରତିନିଧି ଲଷ୍ମୀଧର ଖୁଣ୍ଟିଆ ଉତ୍ସବ ପରିଚାଳନା କରିଥିଲେ।

kalyan agarbati

Comments are closed.