କୁଆଖାଇରେ ବୁଡ଼ି ୨ ନିଖୋଜ ଘଟଣା, ଜଣେ ନାବାଳକଙ୍କ ମୃତଦେହ ମିଳିଲା

ଭୁବନେଶ୍ବର: କୁଆଖାଇରେ ବୁଡ଼ି ଯାଇଥିବା ୨ ନାବାଳିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ପ୍ରତାପନଗରୀ କୁଆଖାଇ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ। ୫ଜଣ ସାଙ୍ଗ ଗାଧୋଉଥିବାବେଳେ ୩ଜଣ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ବାରା ଜଣେ ଉଦ୍ଧାର ପାଇଥିବାବେଳେ ୨ଜଣ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ମିଳିଲା, ଆଉ ଜଣକୁ ପାଇବାକୁ ସର୍ଚ୍ଚ ଅପରେସନ ଜାରି ରହିଛି। ଉଦ୍ଧାର ଏବଂ ନିଖୋଜ ସମସ୍ତ ସ୍କୁଲ ଛାତ୍ରଙ୍କ ବୟସ ୧୩ରୁ୧୪ ବର୍ଷ ହେବ।
ସୂଚନା ଯୋଗ୍ୟ ଯେ ଆଜି କୁଆଖାଇ ନଦୀରେ ବୁଡ଼ି ୨ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ। କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଏପରି ଅଘଟଣ ଘଟିଥିଲା। ନିଖୋଜ ନାବାଳକ ଦ୍ବୟ ଭୁବନେଶ୍ବର ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଥିଲା।

prayash

୫ ଜଣ ସାଙ୍ଗ ଏକାଠି ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଭାସି ଯାଇଥିଲେ। ନିକଟରେ ଦୁଇଟି ବାଇକ୍‌ ମଧ୍ୟ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଥିଲେ ଏବଂ ଜଣଙ୍କର ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି।

kalyan agarbati

Comments are closed.