www.samajalive.in
Sunday, December 7, 2025
26.1 C
Bhubaneswar

କେସିଆରଙ୍କ ପୁଅ-ବୋହୂଙ୍କ ଆୟ ବଢ଼ିଛି ୨୫୦ ପ୍ରତିଶତ

ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେ ଟି ରାମାରାଓଙ୍କ ଆୟ ପରିମାଣ ଗତ ଚାରିବର୍ଷ ଭିତରେ ପ୍ରାୟ ୨୫୦ ପ୍ରତିଶତ ବଢ଼ିଛି। ସେହିପରି ତାଙ୍କ ବୋହୂଙ୍କ ଆୟରେ ଚାରିବର୍ଷରେ ୨୦ଗୁଣା ବୃଦ୍ଧି ହୋଇଛି। ଆସନ୍ତା ଡିସେମ୍ବର ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଏହି ତଥ୍ୟ ମିଳିଛି।
କେସିଆର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୨୦୧୪ରେ ତାଙ୍କ ପୁଅ କେଟିଆରଙ୍କ ଆୟ ପରିମାଣ ଥିଲା ୨୯ ଲକ୍ଷ ଟଙ୍କା। ଏବେ ତାଙ୍କ ଆୟ ପରିମାଣ ବୃଦ୍ଧି ପାଇ ୭୪ ଲକ୍ଷ ଟଙ୍କାରେ ପହଞ୍ଚିଛି। କେଟିଆରଙ୍କ ପତ୍ନୀ ଶୈମିଲା କାଲଭାକୁନ୍ତଳାଙ୍କ ଆୟ ପରିମାଣ ୨୦୧୪ରେ ୨୧ ଲକ୍ଷ ଟଙ୍କାରୁ ୪ କୋଟି ଟଙ୍କାରେ ପହଞ୍ଚିଛି। କେଟିଆରଙ୍କ ମୋଟ ସମ୍ପତ୍ତି ପରିମାଣ ୪.୯୩ କୋଟି ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ପରିମାଣ ହେଉଛି ୩୬.୬୮ କୋଟି ଟଙ୍କା। କେଟିଆରଙ୍କ ଝିଅ ଆଲେଖ୍ୟାଙ୍କ ନାମରେ ବ୍ୟାଙ୍କରେ ୧୯.୫୦ ଲକ୍ଷ ଟଙ୍କା ଜମା ଅଛି। ତେଲେଙ୍ଗନା ସରକାରରେ ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା, ପୌର ପ୍ରଶାସନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିବା କେଟିଆର ନିଜକୁ କୃଷକ ବୋଲି ସତ୍ୟପାଠରେ ଉଲ୍ଳେଖ କରିଥିବା ବେଳେ ତାଙ୍କ ପତ୍ନୀଙ୍କ ପେସା ହେଉଛି ବ୍ୟବସାୟ। ପତିପତ୍ନୀଙ୍କ ନାମର ବିଭିନ୍ନ ସ୍ଥାନରେ ୧୦ କୋଟି ଟଙ୍କାର ଜମି ଓ ଗୋଟିଏ କାର ରହିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories