www.samajalive.in
Sunday, December 7, 2025
26.1 C
Bhubaneswar

କୋଟିଆରେ ପ୍ରାର୍ଥୀଙ୍କ ତାଲିକା ମାଗିଲା ଆନ୍ଧ୍ର

ପଟାଙ୍ଗି (ନି.ପ୍ର): ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପ୍ରଶାସନର ଢିଲା ପଣରୁ ନିଜର ସ୍ବାର୍ଥ ପୂରଣ କରିବାକୁ ଆନ୍ଧ୍ର ପ୍ରଶାସନ ଓ ପୁଲିସ ଧସେଇ ପଶି କୋଟିଆ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ତାଲିକ​ା ମାଗିବା ଚକିତ କରିଛି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜ ବିବାଦ ଘେର​‌େ​‌ର ରହିଛି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରାଜ୍ୟ ସରକାର, ରାଜ୍ୟର ସର୍ବଦଳୀୟ ନେତାଙ୍କ ଅହରହ ଉଦ୍ୟମର କାଣିଚାଏ ପ୍ରଭାବ ପଡୋଶୀ ଆନ୍ଧ୍ର ସରକାର ତଥା ସେଠାକାର ଜିଲା ପ୍ରଶାସନ ଉପରେ ପଡୁ ନଥିବା ନଜରକୁ ଆସୁଛି। ଆନ୍ଧ୍ର ପ୍ରଶାସନ ବାରମ୍ବାର କୋଟିଆ ଗ୍ରାମପୁଞ୍ଜକୁ ଅନାଧିକାର ପ୍ରବେଶ କରୁଛି। ଓଡ଼ିଶା ସରକାର କୋଟିଆର ବିକାଶ କରୁଛନ୍ତି। ସ୍ବତନ୍ତ୍ର ଅନୁଦାନ ମାଧ୍ୟମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯାଉଛି। ସୀମାନ୍ତର କିଛି ଅଧିବାସୀ ଉଭୟ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ହାତେଇ ବିବାଦକୁ ଜଟିଳ କରିବାରେ ପଛାଉ ନାହାନ୍ତି। କିଛି ଦଲାଲ ସୀମା ବିବାଦକୁ ଆଳ କରି ନିରୀହ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାରର ମିଥ୍ୟା ପ୍ରଲୋଭନ ଦେଖାଇ ଓଡ଼ିଶା ବିରୋଧରେ ଚକ୍ରାନ୍ତ କରୁଛନ୍ତି। ସୀମାନ୍ତରେ ଓଡ଼ିଶା ସରକାରଙ୍କ ସମସ୍ତ ସହଯୋଗ ଓ ସୁବିଧା ଆନ୍ଧ୍ର ସରକାରଙ୍କ ତୁଳନାରେ ଯଥେଷ୍ଟ ନୁହେଁ ବୋଲି କହି ଆନ୍ଧ୍ର ସରକାରଙ୍କ ବିଜୟନଗରମ ଜିଲା ପ୍ରଶାସନ ଓ ସେମାନଙ୍କ ଦ୍ବାରା ନିୟୋଜିତ ଦଲାଲମାନେ ଲୋକଙ୍କୁ ମନରେ ବିଷ ଭରୁଛନ୍ତି।

ଚଳିତ ଥର ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ଷଡ଼ଯନ୍ତ୍ର ଚଳାଇଛି। ସେଥିପାଇଁ କୋଟିଆର ବିବାଦୀୟ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ୫୩୨ ଜଣ ହିତାଧିକାରୀଙ୍କୁ ମାଗଣା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ତେନ୍ତୁଳିକୁ ଉଚିତ ବଜାର ଦରରେ ବିକ୍ରି କରିବାକୁ ପ୍ରଶିକ୍ଷଣ, ନିର୍ବାଚନରେ ପ୍ରତିଦ୍ବଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ପରୋକ୍ଷ ଧମକ ସାଙ୍ଗକୁ ଭୋଟ ବର୍ଜନ ପାଇଁ ମତାଯାଉଛି। ଅନ୍ୟପକ୍ଷରେ ଗତକାଲି ସାଲୁର ମଣ୍ଡଳ ପକ୍ଷରୁ କୋଟିଆ ପାଇଁ ନିୟୋଜିତ ପୁଲିସ ସର୍କଲ ଇନ୍ସପେକ୍ଟର ରୋହିନ ପାଥିଙ୍କ ନେତୃତ୍ବରେ ଏକ ପୁଲିସ ଦଳ ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ରଙ୍କୁ କାର୍ଯ୍ୟାଳୟରେ ଭେଟି କୋଟିଆ ପଞ୍ଚାୟତର ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ନାମ ତାଲିକା ମାଗୁଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମିଶ୍ର ସେ ସମସ୍ତ ନଥିପତ୍ର ଜିଲା ପ୍ରଶାସନ ନିକଟକୁ ପଠାଇ ଦେଇଥିବା କହି‌ ଫେରାଇ ଦେଇଥିଲେ। ପଟାଙ୍ଗି ବ୍ଲକ କାର୍ଯ୍ୟାଳୟକୁ ଆସି‌ ଆନ୍ଧ୍ର ପୁଲିସ ବିବାଦୀୟ କୋଟିଆ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ଖୋଲାଖୋଲି ଭାବେ ତଥ୍ୟ ସଂଗ୍ରହ କରିବା ସମସ୍ତଙ୍କୁ ଚକିତ କରିଛି। ଏଭଳି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ୍ ଲଗାଯାଇପାରୁନି। ସୀମାନ୍ତ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବଳ ଶାସନ ପାଇଁ ଆନ୍ଧ୍ର ନିଜର ଟାଣପଣ ବଢ଼ାଇ ଅନୁପ୍ରବେଶ ବୃଦ୍ଧି କରି ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories