www.samajalive.in
Sunday, December 7, 2025
15.1 C
Bhubaneswar

ବଲାଙ୍ଗିରରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ୭୬୦ ବୁଥ୍‌ରେ ୮୨.୨୦ ପ୍ରତିଶତ ମତଦାନ

 

ବଲାଙ୍ଗିର/ଦେଓଗାଁ/ଗୁଡଭେଲା,-ବଲାଙ୍ଗିର ଉପଖଣ୍ଡର ସଦର ପଞ୍ଚାୟତ ସମିତି ବଲାଙ୍ଗିର, ଦେଓଗାଁ ଓ ଗୁଡଭେଲାର ୭୬୦ ବୁଥ୍‌ରେ ଶାନ୍ତିପୂର୍ଣ୍ଣ ଓ ଅବାଧ ଭାବେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି । ନିର୍ବାଚନ ମଣ୍ଡଳୀର ୧ଲକ୍ଷ ୯୫ହଜାର ୨୩୯ ଭୋଟର୍‌ଙ୍କ ମଧ୍ୟରୁ ୧ଲକ୍ଷ ୫୮ହଜାର ୮୯୪(୮୨.୨୦ପ୍ରତିଶତ) ମତଦାତା ନିଜ ମତ ସାବ୍ୟସ୍ତ କରିଛନ୍ତି ।
ମଙ୍ଗଳବାର ବଲାଙ୍ଗିର ପଞ୍ଚାୟତ ସମିତିର ୨୫ଟି ପଞ୍ଚାୟତର ୨୯୬ ବୁଥ୍‌ରେ ୮୨ହଜାର ୪୦ ଭୋଟର୍‌ ମତଦାନ ଦେବେ ବୋଲି ତାଲିକାରୁ ସ୍ପଷ୍ଟ ହୋଇଥିଲା । ଏଠାରେ ୬୫ହଜାର୭୮୯(୮୦.୧୯ପ୍ରତିଶତ) ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ଦେଓଗାଁ ପଞ୍ଚାୟତ ସମିତିରେ ୨୬ଟି ପଞ୍ଚାୟତର ୩୧୩ଟି ବୁଥ୍‌ରେ ୭୫ହଜାର ୭୪୪ଜଣ ମୂଳ ଭୋଟର୍‌ ରହିଥିବା ବେଳେ ମତଦାନ କରିଛନ୍ତିି ୬୧ହଜାର ୨୧୧(୮୧.୦୩ପ୍ରତିଶତ) ଭୋଟର୍‌ । ଆଉ ଗୁଡଭେଲା ପଞ୍ଚାୟତ ସମିତିର ୧୩ଟି ପଞ୍ଚାୟତରେ ୩୭ହଜାର ୩୫୫ ଭୋଟରଙ୍କ ମଧ୍ୟରୁ ୩୧ହଜାର ୮୯୪ଜଣ ଭୋଟର୍‌ (୮୫.୩୮ପ୍ରତିଶତ) ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିଥିବା ଜଣାଯାଇଛି । ଗୁଡଭେଲା ଓ ବଲାଙ୍ଗିରରେ ୮ଜଣ କିନ୍ନର ବି ଭୋଟ୍‌ ଦେଇଥିବା ସୂଚନା ମିଳିଛି ।

- Advertisement -

ବଲାଙ୍ଗିର ସଦର ପଞ୍ଚାୟତ ସମିତିରେ ୮ଟି ଗୋଲାପୀ ବୁଥ୍‌ ରହିଥିବା ବେଳେ ୨୨ ଓ ୨୩ ନମ୍ବର ଜିଲା ପରିଷଦ ଆସନରେ ୬ଜଣ ,୧୦୪ ସରପଞ୍ଚ ଓ ୮୩ଜଣ ସମିତି ସଭ୍ୟ ଆଶାୟୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରିଛନ୍ତି ଭୋଟର୍‌ । ୩୩ଟି ସମ୍ବେଦନଶୀଳ ଓ ୧୦ଟି ଅତି ସମ୍ବେଦନଶୀଳ ବୁଥ୍‌ ଉପରେ ପୁଲିସ ଓ ଭ୍ରାମ୍ୟମାଣ ପୁଲିସ ଦଳ ବିଭିନ୍ନ ଅଞ୍ଚଳରେ ପଇଁତରା ମାରୁଥିବା ବେଳେ ନିର୍ବାଚନ ପରିଚାଳନାରେ ୩୨୫ ପ୍ରିଜାଇଡିଂ ଓ ୬୫୦ ପୋଲିଂ ଅଧିକାରୀ ନିୟୋଜିତ ହୋଇଥିଲେ । ଏଥିସହିତ ଦେଓଗାଁ ପଞ୍ଚାୟତ ସମିତିରେ ୩୪୪ଜଣ ପ୍ରିଜାଇଡିଂ ଓ ୬୮୮ଜଣ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା କରିଛନ୍ତି । ୧୨ ଓ ୧୩ ନମ୍ବର ଜିଲା ପରିଷଦ ଆସନରେ ୬ଜଣ ଥିବା ବେଳେ ସରପଞ୍ଚ ପଦ ପାଇଁ ୯୭ ଓ ସମିତି ସଭ୍ୟ ପଦ ପାଇଁ ୮୧ଜଣ ଆଶାୟୀଙ୍କ ପାଇଁ ଭୋଟର୍‌ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ପଞ୍ଚାୟତ ସମିତିରେ ଜଣେ ସରପଞ୍ଚ, ୩ ସମିତି ସଭ୍ୟ ଓ ୧୯୫ ୱାର୍ଡ ସଭ୍ୟ ନିଦ୍ୱର୍ନ୍ଦରେ ବିଜୟୀ ହୋଇଥିବା ସୂଚନା ମିଳିଛି । ଶହେଟି ସମ୍ବେଦନଶୀଳ ଓ ୫୩ଟି ଅତି ସମ୍ବେଦନଶୀଳ ବୁଥ୍‌ ସହ ୧୦ଟି ଗୋଲାପୀ ବୁଥ୍‌ କରାଯାଇଥିଲା ଦେଓଗାଁ ପଞ୍ଚାୟତ ସମିତିରେ । ସଦର ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟ ପାଶ୍ୱର୍ରେ ହୋଇଥିବା ଗୋଲାପୀ ବୁଥ୍‌ର ସାଜସଜ୍ଜା ବାହାଘରର ଭ୍ରମ ସୃଷ୍ଟି କରୁଥିଲା । ଆଉ ଗୁଡଭେଲା ପଞ୍ଚାୟତ ସମିତିରେ ୧୬୬ଜଣ ପ୍ରିଜାଇଡିଂ ଓ ୩୩୨ଜଣ ପୋଲିଂ ଅଧିକାରୀ ନିର୍ବାଚନ ପରିଚାଳନା ଦାୟିତ୍ୱ ନିର୍ବାହ କରିଛନ୍ତି । ୩୪ଟି ସମ୍ବେଦନଶୀଳ ଓ ୧୨ଟି ଅତି ସମ୍ବେଦନଶୀଳ ବୁଥ୍‌କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା । ଗୁଡଭେଲା ପଞ୍ଚାୟତ ସମିତିରେ ୧୨ଟି ବୁଥ୍‌କୁ ଗୋଲାପୀ ବୁଥ୍‌ କରାଯାଇଥିଲା । ଜଣେ ସରପଞ୍ଚ ଓ ୧୧୨ ୱାର୍ଡ ସଭ୍ୟ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ବିଜୟୀ ହୋଇଛନ୍ତି । ମଙ୍ଗଳବାର ନିର୍ବାଚନରେ ଏହି ପଞ୍ଚାୟତ ସମିତିର ୫ଓ ୬ନମ୍ବର ଜିଲା ପରିଷଦ ଆସନରେ ୬ଜଣ, ସରପଞ୍ଚ ୪୭ ଓ ସମିତି ସଭ୍ୟ ୩୪ ଓ ୱାର୍ଡ ସଭ୍ୟ ୧୭୫ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବଲାଙ୍ଗିର ଉପଖଣ୍ଡର ବଲାଙ୍ଗିର-ଦେଓଗାଁ ଓ ଗୁଡଭେଲାରେ ହେଉଥିବା ବେଳେ ଏହା ଅତ୍ୟନ୍ତ ସ୍ପର୍ଶକାତର ଅଞ୍ଚଳ ଭାବେ ପରିଗଣିତ କରାଯାଇଥିଲା । ଗଣ୍ଡଗୋଳ, ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଯେଉଁ ଆଶଙ୍କା କରାଯାଉଥିଲା ବି ସେଭଳି କିଛି ହୋଇ ନାହିଁ । ସବୁ ପଞ୍ଚାୟତ ସମିତିରେ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ବଲାଙ୍ଗିର ସଦର ପଞ୍ଚାୟତ ସମିତିର ମାଗୁରବେଡା(ବୁଡି ଅଞ୍ଚଳ), ଚୁଡାପାଲି, ଶିକାଛିଡା, ସଦାଇପାଲି, ସକମା, ବିଡିଘାଟ, ଭୁତିଆରବାହାଲ, ଦେଓଗାଁର ହାତୀସରା, ବନ୍ଧପଡ଼ା, ସାଲେପାଲି ପଞ୍ଚାୟତ, ଗୁଡଭେଲାର ବୀରାମୁଣ୍ଡା, ଗମ୍ଭାରୀଗୁଡ଼ା, ଦଉଲଗୁଡି ସହ ଅନ୍ୟ ପଞ୍ଚାୟତଗୁଡ଼ିକୁ ପୁଲିସ ଭ୍ରାମ୍ୟମାଣ ଦଳ ବାରମ୍ବାର ଯାଉଥିବା ଦେଖିବାକୁ ମିଳିଥିଲା । ଖୋଦ୍‌ ଜିଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ଦେଓଗାଁ ସାଲେପାଲି ପଞ୍ଚାୟତରେ ନିର୍ବାଚନୀ ମାହୋଲ ବୁଲି ଦେଖିଥିଲେ । ବଲାଙ୍ଗିର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତୋଫାନ ବାଗଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉତ୍ତେଜନା ଆଶଙ୍କା କରାଯାଉଥିବା ବୁଥ୍‌ଗୁଡ଼ିକୁ ନିୟମିତ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories