www.samajalive.in
Sunday, December 7, 2025
23.1 C
Bhubaneswar

ଫେଲ ମାରିଲା ବସୁଧା ଯୋଜନା: ପାଣି ପାଇଁ ଡହଳବିକଳ ଲୋକ

ପଟାଙ୍ଗି: ଗ୍ରାମାଞ୍ଚଳ ଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବସୁଧା ଯୋଜନା ମାଧ୍ୟରେ ଘର ଘରକୁ ପାନୀୟ ଜଳ ଯୋଗାଣ ଲାଗି ପାଇପ ଲାଇନ୍ ସଂଯୋଗ କରାଯାଉଛି। ହେଲେ କିଛି ସ୍ଥାନରେ ଏହା ସଠିକ୍ ଭାବେ କାମ କରୁନି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକରେ । ଏଠାକାର  ପ୍ରାୟ ଗାଁ କୁ  ପାଇପ ଲାଇନ ସଂଯୋଗ ହୋଇଥିଲେ ହେଁ କୌଣସି ଗାଁ କୁ ପାଣି ଆସୁନଥିବାରୁ ଗ୍ରାମବାସୀମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ନପାଇ ନଦୀ ଏବଂ ନାଳର ଦୂଷିତ ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେପଟେ ପ୍ରବଳ ଗ୍ରୀଷ୍ମପ୍ରବାହ ଗ୍ରାମବାସୀ ଙ୍କ ସମାସ୍ୟାକୁ ଦ୍ଵିଗୁଣିତ କରିଛି। ବିଭାଗୀୟ କର୍ମଚାରୀ ଏବଂ ପଞ୍ଚାୟତ ସମିତି ବୈଠକ ରେ ଏ ନେଇ ବାରମ୍ବାର ଅଭିଯୋଗ ହୋଇଛି। ହେଲେ କିଛି ସୁଫଳ ମିଳିନଥିବା ସରପଞ୍ଚ ପୂର୍ଣ୍ଣ ପଟାଙ୍ଗି ଅଭିଯୋଗ କରିଛନ୍ତି। ତେଣୁ ବ୍ଳକ ପ୍ରଶାସନ ତୁରନ୍ତ ଅଞ୍ଚଳବାସୀଙ୍କ ପାନୀୟ ଜଳ ଯୋଗାଣ ସମାସ୍ୟା ସମାଧାନ କରିବା ଦିଗରେ  ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories