www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ବଜାରକୁ କୋମାକି ଆଣିଲା ଆଉ ଦୁଇ ନୂଆ ଇ-ସ୍କୁଟର; ସୁନ୍ଦର ଡିଜାଇନ୍‌ ସହ ଗଡ଼ିବ ୧୮୦ କିମି

ନୂଆଦିଲ୍ଲୀ: ଭାରତ ବଜାରକୁ ଆସିଲା ଆଉ ଦୁଇ ନୂଆ ଇ-ସ୍କୁଟର । ଇ-ଅଟୋମୋବାଇଲ କମ୍ପାନୀ କୋମାକି ଦୁଇଟି ଇ-ସ୍କୁଟର ତଥା କୋମାକି ଏଲୱାଇ ଓ କୋମାକି ଡିଟି୩୦୦୦ ସ୍କୁଟର ଲଞ୍ଚ କରିଛି । କୋମାକି ଏଲୱାଇର ବଜାର ଦାମ୍‌ ୮୮ ହଜାର ଟଙ୍କା ରହିଥିବା ବେଳେ କୋମାକି ଡିଟି୩୦୦୦ର ଦାମ୍‌ ରହିଛି ୧ ଲକ୍ଷ ୨୨ହଜାର ଟଙ୍କା । ଚଳିତ ବର୍ଷ ରାଜଧାନୀ ଦିଲ୍ଲୀ ସ୍ଥିତ ଅଟୋମେକରର ଏହା ହେଉଛି ତୃତୀୟ ଏବଂ ଚତୁର୍ଥ ପ୍ରଡକ୍ଟ । ଯାହା ଏବେ ଲଞ୍ଚ ହୋଇଛି । ଆଉ ଏହା ସବୁଠାରୁ ଦ୍ରୁତଗତିର ଇ-ସ୍କୁଟର ବୋଲି କୁହାଯାଉଛି ।

କୋମାକି ଏଲୱାଇ ଇ-ସ୍କୁଟର ଭାରତର ପ୍ରଥମ ଇସ୍କୁଟର ଯେଉଁଥିରେ ଆଣ୍ଟି ସ୍ପିଡ ଫଙ୍କସନର ବ୍ୟବସ୍ଥା ରହିଛି । ତାହାସହ ଏଥିରେ ୬୨.୯ଭୋଲ୍ଟ ଲିଥିୟମ ଫେରୋ ଫସଫେଟ୍‌ ବ୍ୟାଟେରି ରହିଛି । ଯାହାଦ୍ବାରା ଆପଣ ଗୋଟିଏ ଥର ଏହାକୁ ଚାର୍ଜ କଲେ ୭୦ରୁ ୯୦ କିମି ଯାଏ ଯାଇପାରିବେ । କୋମାକି ଏଲୱାଇରେ କମ୍ପାନୀ ପକ୍ଷରୁ ୧୫ଶହ ଓ୍ୱାଟର ମୋଟରର ବ୍ୟବସ୍ଥା କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ୪ରୁ ୫ ଘଣ୍ଟା ସମୟ ନେଇଥାଏ । ଏହି ଇ-ସ୍କୁଟରରେ ଆଗ ଓ ପଛରେ କମ୍ପାନୀ ପକ୍ଷରୁ ଡିସବ୍ରେକର ବ୍ୟବସ୍ଥା କରାଯାଇଛି । ତାହା ସହିତ ଅତ୍ୟନ୍ତ ଉନ୍ନତ ଶୈଳୀରେ ବିଭିନ୍ନ ବ୍ୟବସ୍ଥା କରିଛି କମ୍ପାନୀ ।

- Advertisement -

ସେହିପରି ଇ-ସ୍କୁଟର କୋମାକି ଡିଟି୩୦୦୦ ଗୋଟିଏ ଥର ଚାର୍ଜ କଲେ ୧୮୦ କିମି ଯାଏ ଯାଇପାରିବ । କୋମାକି ଡିଟି୩୦୦୦ ଇସ୍କୁଟରେ ୩ହଜାର ଓ୍ୱାଟର ବିଏଲଡିସି ମୋଟର ଦ୍ୱାରା ପରିଚାଳିତ । ଯାହା କି ୪ରୁ ୫ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହେଇଯିବ । ଘଣ୍ଟାପ୍ରତି ଏହା ୮୦ କିମି ବେଗରେ ଯାଇପାରୁଥିବା ବେଳେ ସମ୍ପର୍ଣ୍ଣ ଚାର୍ଜ କଲେ ଏହା ୧୧୦ରୁ ୧୮୦ କିମି ଯାଏ ଚାଲିବ । ଏହା ବ୍ୟତୀତ ଅନ୍ୟ ସବୁ ସୁବିଧା କୋମାକି ଏଲୱାଇ ପରି ଏଥିରେ ରହିଛି । କୋମାକି ଡିଟି ୩୦୦୦ ବଜାରରେ ୪ଟି ରଙ୍ଗରେ ଉପଲବ୍ଧ ହେଉଛି ।

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories