www.samajalive.in
Sunday, December 7, 2025
14.1 C
Bhubaneswar

ପୂର୍ବତନ ଅଧ୍ୟକ୍ଷ ସନ୍ଦୀପଙ୍କ ୧୪ ଠିକଣାରେ ସିବିଆଇ ଚଢ଼ଉ

କଲକାତା: କଲକାତାର ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ରବିବାର ସିିବିଆଇ ପକ୍ଷରୁ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବାସଭବନ ସମେତ ମୋଟ ୧୪ଟି ସ୍ଥାନରେ ଚଢଉ କରାଯାଇଛି। ସିବିଆଇର ଦୁର୍ନୀତି ନିବାରଣ ଶାଖା ଅଧିକାରୀମାନେ ସନ୍ଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୪ଟି ଠିକଣା ଉପରେ ଚଢଉ ଆରମ୍ଭ କରିଛନ୍ତି। ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳୁଥିବାବେଳେ ସନ୍ଦୀପ ଆର୍ଥିକ ଅନିୟମିତତା କରିଥିଲେ ବୋଲି ତିନିଦିନ ପୂର୍ବେ ଆର.ଜି.କର ହସ୍ପିଟାଲର ପୂର୍ବତନ ଉପ-ନିରୀକ୍ଷକ ଡା.ଅଖ୍‌ତାର ଅଲ୍ଲୀ ଅଭିଯୋଗ କରିବା ସହ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ତଦନ୍ତ ଦାୟିତ୍ବ ଦେବା ନିମନ୍ତେ ପିଟିସନରେ ଉଲ୍ଲେଖ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ସିବିଆଇ ପକ୍ଷରୁ ଚଢଉ କରାଯାଇଥିବା କୁହାଯାଇଛି। କଲକାତା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଶନିବାର ସିିବିଆଇ ପକ୍ଷରୁ ସନ୍ଦୀପଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ଅନିୟମିତତା ପାଇଁ ଏସଆଇଟି ଗଠନ କରାଯାଇଥିଲା। ତେବେ ସିବିଆଇ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯିବାପରେ ଏସ୍‌ଆଇଟି ପକ୍ଷରୁ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରାଯାଇଛି। ଅଧ୍ୟକ୍ଷ ଥିବାବେଳେ ସନ୍ଦୀପ ଦାବିଦାର ନଥିବା ମୃତଦେହ ସମେତ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀକୁ ବେଆଇନଭାବେ ବିକ୍ରି କରିବା ତଥା କମିସନ ବଦଳରେ ଟେଣ୍ଡର ପାସ୍‌ କରାଇ ପ୍ରବଳ ଅର୍ଥ ଆତ୍ମସାତ୍‌ କରିଛନ୍ତି ବୋଲି ଅଖ୍‌ତାର ଅଭିଯୋଗ କରିଛନ୍ତି। ଏପରିକି ପରୀକ୍ଷାରେ ପାସ୍‌ କରାଇବାକୁ ସନ୍ଦୀପ କୁଆଡେ ଛାତ୍ରଛାତ୍ରୀଙ୍କଠାରୁ ୫ରୁ ୮ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ୨୦୨୩ ଜୁଲାଇରେ ଅଖ୍‌ତାର ଏ ସମ୍ପର୍କରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସନ୍ଦୀପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସେପ୍ଟେମ୍ବର ୧୭ରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲର ସୁରକ୍ଷା ଦାୟିତ୍ବ ସିଆଇଏସଏଫ୍ ଉପରେ ନ୍ୟସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇସାରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories