www.samajalive.in
Sunday, December 7, 2025
23.1 C
Bhubaneswar

ଧାୱନଙ୍କ ଦମଦାର ଶତକ, ପଞ୍ଜାବ ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍‌ସ

ଦୁବାଇ : ଚଳିତ ଆଇପିଏଲ୍‌ର  ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲର ସବୁଠାରୁ ଉପରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରର ଖେଳ ଖେଳି ୫ ୱିକେଟ ହରାଇ  ୧୬୪ ରନ ସଂଗ୍ରହ କରିଛି। ଦଳର ଇନଫର୍ମ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଲଗାତର ଦ୍ବିତୀୟ ଥର ଚଳିତ ଆଇପିଏଲରେ ଶତକ ହାସଲ କରିଛନ୍ତି। ଧାୱନ ୬୧ ବଲରୁ ୧୨ ଚୌକା ଓ ୩ ଛକା ସହ ମୋଟ୍ ୧୦୬ ରନ୍ ସଂଗ୍ରହ କରି ମ୍ୟାଚ ଶେଷ ବେଳକୁ ଅପରାଜିତ ରହିଥିଲେ । ତେବେ ଶିଖର ଧାୱନଙ୍କ ସହ ଓପନିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ଓପନର ପୃଥୀ ଶ ଲଗାତର ଦୁଇଥର ଶୂନ୍ୟରେ ଆଉଟ ହେବା ପରେ ଆଜିର ମ୍ୟାଚରେ ଖାତା ଖୋଲିବାରେ ସକ୍ଷମ ହୋଇଥିଲେ ମଧ୍ୟ ମାତ୍ର ୭ ରନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଓ ଆହତ ସମସ୍ୟାରୁ ବହାରି ଆଜିର ମ୍ୟାଚ ଖେଳୁଥିବା ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମାତ୍ର ୧୪ ରନ୍‌ ଲେଖାଏଁ କରି ପ୍ୟାଭିଳିୟନ ଫେରିଥିଲେ ।

ଅନ୍ୟପଟେ ଗତ ମ୍ୟାଚରେ ଡବଲ ସୁପର ଓଭରରେ ମୁମ୍ବାଇକୁ ପରାସ୍ତ କରିଥିବା ପଞ୍ଜାବ ମଧ୍ୟ ତାର ବୋଲରଙ୍କ ବଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୪ ରନ ମଧ୍ୟରେ ସୀମିତ ରଖିପାରିଥିଲା । ପଞ୍ଜାବର ଦମଦାର ବୋଲର ମହମ୍ମଦ ସାମି ୪ ଓଭରରେ ୨୮ ରନ ଦେଇ ୨ଟି ୱିକେଟ ଅସ୍ତିଆର କରିଥିବା ବେଳେ ମାକ୍ସୱେଲ ୧,  ନସୀମ ୧ ଓ ମୃଗାନ ଅଶ୍ବନୀ ଗୋଟିଏ ୱିକେଟ ନେଇଥିଲେ ।

- Advertisement -

ସୂଚନାଯୋଗ୍ୟ  ପଞ୍ଜାବ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । କ୍ରିସ୍ ଜୋର୍ଡାନଙ୍କ ବଦଳରେ ଜମ୍ମି ନିଶମଙ୍କୁ ସ୍ଥାନ ମିଳିଛି । ପଞ୍ଜାବ ତା’ର ଶେଷ ମ୍ୟାଚ୍‌ରେ ମୁମ୍ବାଇକୁ ଡବଲ ସୁପର ଓଭର ମୁକାବିଲାରେ ପରାସ୍ତ କରିଥିଲା ।

ଦିଲ୍ଲୀ ଏହି ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି । ଚଳିତ ଆଇପିଏଲରେ ଦିଲ୍ଲୀ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ବାମହାତୀ ଦ୍ରୁତ ବୋଲର ଡାନିଏଲ ସାମ୍ସ । ତାଙ୍କୁ ଅନିରିଚ ନୋର୍ଜେଙ୍କ ବଦଳରେ ସାମିଲ କରାଯାଇଛି । ସେହିପରି ଆହତ କାରଣରୁ ବାଦ୍ ପଡ଼ିଥିବା ଋଷଭ ପନ୍ତ ଆଜି ଦଳକୁ କମବ୍ୟାକ୍ କରିଛନ୍ତି । ତାଙ୍କ ସହ ଶିମରନ ହେଟମେୟର ମଧ୍ୟ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories