www.samajalive.in
Wednesday, December 10, 2025
14.1 C
Bhubaneswar

ଖୁଣ୍ଟା ବ୍ଲକ : ମନରେଗା ଜନଶୁଣାଣି କଲେ ଜିଲାପାଳ

ଖୁଣ୍ଟା : ଖୁଣ୍ଟା ବ୍ଲକରେ ଶନିବାର ବ୍ଲକସ୍ତରୀୟ ମନରେଗା ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଉପସ୍ଥିତ ରହି ବ୍ଲକରେ ଚାଲିଥିବା ମନରେଗା ଯୋଜନାର ଜନ ଶୁଣାଣି କରିଥିଲେ। ବିଡିଓ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡିଶା ସାମାଜିକ ଉତ୍ତରଦାୟୀତ୍ୱ ଓ ସ୍ୱଚ୍ଛତା ସମିତିର ନିର୍ଦେଶକ ବିନୟ କିଶୋର ଦାସ, ଉକ୍ତ ସମିତିର ଏକ୍ସପର୍ଟ ସନ୍ଧ୍ୟାରାଣୀ ଦାସ ଅଧିକରୀ ଓ ଜ୍ୟୋତି ଶତପଥି, ମୟୂରଭଞ୍ଜ ଜିଲା ସାମାଜିକ ସମୀକ୍ଷକ, ପ୍ରଦୀପ କୁମାର ଚକ୍ରବର୍ତ୍ତୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି , ଉପାଧ୍ୟକ୍ଷ ସିଦ ନାଥ ସୋରେନ, ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା, ଏପିଓ ରଶ୍ମୀ ମିଶ୍ର ଉପସ୍ଥିତ ଥିଲେ। ବ୍ଲକର ୧୪ ଗୋଟି ପଞ୍ଚାୟତର ପିଇଓ ଓ ଜିପିଟିଏ ନିଜ ନିଜ ପଞ୍ଚାୟତର ମନରେଗା ଯୋଜନାର ଅଗ୍ରଗତି, ଯୋଜନା ସମ୍ପର୍କୀତ ଅଭିଯୋଗ ଓ ତାର ସମାଧାନ ବାବଦରେ ଅବଗତ କରାଇଥିଲେ । ୨୦୧୭-୧୮ ଆର୍ଥିକ ବର୍ଷରେ ବ୍ଲକରେ ମୋଟ ୧୩ କୋଟି ୬୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ୧୬୪୮୯ଜଣଙ୍କୁ କାର୍ଯ୍ୟ ପତ୍ରିକା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୧୧୨୬୫ ପରିବାର କାର୍ଯ୍ୟପାଇଁ ଆବେଦନ କରିଥିବା ବେଳେ ସମାନ ସଂଖ୍ୟକ ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ତେବେ ୧୦୪୭୧ ପରିବାର କାର୍ଯ୍ୟରେ ଯୋଗ ଦେଇଥିଲେ। ସେହିପରି ମୋଟ ୩୪୧ ପରିବାର ଶହେ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଉଦ୍ୟାନ ବିଭାଗ ବିରୋଧରେ ଗୁରୁତର ଅନିୟମିତତା ଅଭିଯୋଗ ଆସିଥିବା ବେଳେ ଜିଲାପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆଇଟିଡିଏ ଅଧିନରେ କେତେକ ଶ୍ରମିକ ମଜୁରୀ ପାଇନଥିବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଭିଯୋଗ ଗୁଡିକ ବାବଦରେ ବିଡିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲାପାଳ ନିର୍ଦେଶ ଦେଇଥିଲା ବେଳେ ମଜୁରୀ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories