www.samajalive.in
Saturday, December 6, 2025
26.1 C
Bhubaneswar

୪ ଦଫା ଦାବି ନେଇ କୃଷି କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

ଖୁଣ୍ଟା : ଖୁଣ୍ଟା କୃଷି ବିଭାଗ କର୍ମଚାରୀ ମାନେ ରାଜ୍ୟ ସଂଗଠନର ଡାକରାରେ ୪ ଦଫା ଦାବି କରି ମଙ୍ଗଳବାର ଠାରୁ କଳା ବ୍ୟାଚ ପରିଧାନ କରିଛନ୍ତି। ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଡାକରାରେ ୫ତାରିଖ ଖୁଣ୍ଟା ବ୍ଲକ କୃଷି କର୍ମଚାରୀ କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗଦେଇଥିଲେ। ଗ୍ରାମ୍ୟ କୃଷି କର୍ମଚାରୀ ପଦବୀର ନାମ ପରିବର୍ତ୍ତନ କରାଯାଇ ପଞ୍ଚାୟତ କୃଷି ଅଧିକାରୀ ରଖାଯିବା, ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷି ଓଭରସିଓର କ୍ୟାଡର ରୁଲ ପୂନର୍ଗଠନ, ନୂଆ ନିଯୁକ୍ତି ଓ ପଦର ପୁନଃ ଆବଣ୍ଟନ, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଯୋଗ୍ୟତା ଉଚ୍ଚ ମାଧ୍ୟମିକ ପରିବର୍ତ୍ତେ ସ୍ନାତକ ବା କୃଷି ବିଜ୍ଞାନ ଡିପ୍ଲୋମା କରାଯିବାକୁ ଦାବି କରାଯାଇଥିବା ପରିପ୍ରେକ୍ଷୀରେ ସେମାନେ ସାର ବିକ୍ରେତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ କରାଯାଇଥିବା ଉଦାହରଣ ଦେଇଥିଲେ। ଦାବି ଗୁଡିକ ପୂରଣ ନହେଲେ ଆସନ୍ତା ସଂଘ ନିର୍ଦେଶରେ ୧୨ ତାରିଖରୁ ସେମାନେ ସମୁହ ଛୁଟିରେ ଯିବେ ବୋଲି କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories