www.samajalive.in
Saturday, December 6, 2025
17.1 C
Bhubaneswar

କଂଗ୍ରେସରେ ଯୋଗଦେଲେ ଅଙ୍ଗୁରୀ ଭାବି

ମୁମ୍ବଇ : ଅଙ୍ଗୁରୀ ଭାବି ଭାବରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଦେ କଂଗ୍ରେସରେ ଯୋଗ ଦେଇଛନ୍ତି। ମୁମ୍ବଇ କଂଗ୍ରେସ କମିଟି ଅଧ୍ୟକ୍ଷ ସଞ୍ଜୟ ନିରୁପମ ଉପସ୍ଥିତିରେ ଶିଳ୍ପା କଂଗ୍ରେସରେ ମିଶିଛନ୍ତି। ସେ କହିଛନ୍ତି କଂଗ୍ରେସ ହିଁ ପରିବର୍ତ୍ତନର ଏକମାତ୍ର ମାଧ୍ୟମ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ହିସାବରେ ଦେଖିବାକୁ ଚାହୁଁଛି।
ଅଭିନେତ୍ରୀ ଶିଳ୍ପା ସିନ୍ଦେ ବିବାଦୀୟ ରିଆଲିଟି ଶୋ ବିଗବସ୍‍-୧୧ ଜିତିଥିଲେ। ଶିଳ୍ପା ସିନ୍ଦେ ନିଜର ବିବାଦ ନେଇ ମିଡିଆରେ ଚର୍ଚ୍ଚାରେ ରହିଥିଲେ। ଟିଭି ଧାରାବାହିକ ‘ଭାବି ଜି ଘର ପର ହେଁ’ରେ ନିଜର ଅଭିନୟକୁ ନେଇ ଲୋକପ୍ରିୟ ହୋଇଥିଲେ। କିନ୍ତୁ ଏହି ଧାରବାହିକର ପ୍ରଯୋଜକଙ୍କ ସହ ତାଙ୍କ ବିବାଦ ଦେଖାଦେଇଥିଲା। ପରେ ଶିଳ୍ପା ଏହି ଧାରାବାହିକରୁ ଓହରି ଯାଇଥିଲେ।
ସୂଚନାଯୋଗ୍ୟ ଯେ ଅଭିନେତ୍ରୀ ଶିଳ୍ପା ସିନ୍ଦେ ୧୯୯୯ରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଶିଳ୍ପା ସିନ୍ଦେଙ୍କ ଜନ୍ମ ୧୯୭୭ ଅଗଷ୍ଟ ୨୮ ତାରିଖ ମହାରାଷ୍ଟ୍ରର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ଶିଳ୍ପାଙ୍କ କହିବା ଅନୁସାରେ ତାଙ୍କ ବାପା କେବେ ବି ଚାହୁଁ ନଥିଲେ ସେ ଅଭିନୟ କରନ୍ତୁ। କିନ୍ତୁ ଶିଳ୍ପାଙ୍କ ଯିଦି ଯୋଗୁଁ ତାଙ୍କ ପିତା ତାଙ୍କୁ ଏକ ବର୍ଷ ସମୟ ଦେଇଥିଲେ। ଯାହାକୁ ସେ ସଫଳତାର ସହ ହାସଲ କରିଥିବା କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories