www.samajalive.in
Sunday, December 7, 2025
16.1 C
Bhubaneswar

ଟେଷ୍ଟ ଅଧିନାୟକ ପଦରୁ ଚାନ୍ଦିମାଲ ହଟିଲେ

କଲମ୍ବୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜ ନିମନ୍ତେ ଘରୋଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ୧୭ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ଦିନେଶ ଚାନ୍ଦିମାଲଙ୍କୁ ଅଧିନାୟକ ପଦ ଓ ଦଳରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଦିମୁଥ୍‌ କରୁଣାରତ୍ନେ ଶ୍ରୀଲଙ୍କା ଦଳର ନେତୃତ୍ବ ନେବେ ବୋଲି ଜଣାପଡିଛି। ଏପରିକି ଖରାପ ଫର୍ମ ଯୋଗୁଁ ଚାନ୍ଦିମାଲଙ୍କୁ ୧୭ ଜଣିଆ ଟେଷ୍ଟ ଦଳରେ ମଧ୍ୟ ସ୍ଥାନ ମିଳିନାହିଁ। ଚାନ୍ଦିମାଲଙ୍କ ନେତୃତ୍ବରେ ଶ୍ରୀଲଙ୍କା ଟେଷ୍ଟ ଦଳ ନିକଟରେ ଅଷ୍ଟ୍ରେଲିଆ ନିକଟରୁ ୦-୨ରେ ପରାସ୍ତ ହୋଇଥିବାବେଳେ ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ନିକଟରୁ ଯଥାକ୍ରମେ ୦-୩ ଓ ୦-୧ରେ ପରାଜୟ ବରଣ କରିସାରିଛି। ଘୋଷିତ ଟେଷ୍ଟ ଦଳ: ଦିମୁଥ୍‌ କରୁଣାରତ୍ନେ (ଅଧିନାୟକ), ନିରୋସାନ ଡିକ୍‌ୱେଲା (ଉପ ଅଧିନାୟକ), ଲାହିରୁ ଥିରିମାନେ, କୌଶଲ ସିଲଭା, କୁଶଲ ମେଣ୍ଡିସ, କୁଶଲ ପରେରା, ମିଲିନ୍ଦା ସିରିବର୍ଦ୍ଧନା, ଧନଞ୍ଜୟ ଡି’ ସିଲଭା, ଓସାଦା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ପରେରା, ସୁରଙ୍ଗା ଲାକ୍‌ମଲ, କାସୁନ ରଜିଥା, ବିଶ୍ବ ଫର୍ଣ୍ଣାଣ୍ଡୋ, ଚାମିକା କରୁଣାରତ୍ନେ, ମହମ୍ମଦ ସିରାଜ, ଲକ୍ଷଣ ସନ୍ଦାକନ ଓ ଲସିଥ୍‌ ଏମ୍ବୁଲଡେନିୟା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories