www.samajalive.in
Sunday, December 7, 2025
16.1 C
Bhubaneswar

ମାଲବାହୀ ଜାହାଜ ଦୁର୍ଘଟଣାରେ ସିଦ୍ଧାର୍ଥ ନିଖୋଜ ଘଟଣା

ସମ୍ବଲପୁର : ଋଷିଆ ଓ କ୍ରିମିଆକୁ ଅଲଗା କରୁଥିବା କର୍ଚ୍ଚ ପ୍ରଣାଳୀର ଗଭୀର ସମୁଦ୍ର ମଧ୍ୟରେ ଦୁଇଟି ମାଲବାହୀ ଜାହାଜ ‘ମାଏଷ୍ଟ୍ରୋ’ ଓ ‘କ୍ୟାଣ୍ଡି’ ରେ ଗତ ମାସ ୨୧ ତାରିଖ ଦିନ ନିଆଁ ଲାଗିଯାଇଥିଲା। ଏହି ମାଲବାହୀ ଜାହାଜ ମଧ୍ୟରୁ ଗୋଟିଏ ଜାହାଜ ଏଲପିଜି ଗ୍ୟାସ ଥିବା ‘ମାଏଷ୍ଟ୍ରୋ’ ରେ କାର୍ଯ୍ୟରତ ଥିବା ସମ୍ବଲପୁରର ପୁଅ ସିଦ୍ଧାର୍ଥ ମେହେର(୨୪) ନିଖୋଜ ହୋଇଯାଇଥିଲେ। ସମ୍ବଲପୁରର ଆଶାପାଲୀର ଗ୍ରୀନ ପାର୍କ ଠାରେ ରହୁଥିବା ସିଦ୍ଧାର୍ଥଙ୍କ ପରିବାର ବର୍ଗ ଏହି ଖବର ପାଇବା ଦୁଃଖରେ ଭାଙ୍ଗି ପଡିଥିଲେ। ତେବେ ଘଟଣାର ୧୬ ଦିନ ବିତିଯିବା ସତ୍ତ୍ବେ ପୁଅର କୌଣସି ଖୋଜଖବର ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ପାରି ନାହିଁ ବୋଲି କହିଛନ୍ତି ସିଦ୍ଧାର୍ଥର ପିତା ସତ୍ୟନାରାୟଣ ମେହେର। ତେବେ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟ, କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ କାର୍ଯ୍ୟାଳୟ ଓ ଭାରତୀୟ ଦୂତାବାସରୁ ସମୁଦାୟ ୪ଥର ଫୋନ ସିଦ୍ଧାର୍ଥଙ୍କ ବାପାଙ୍କ ନିକଟକୁ ଫୋନ ଆସିଛି ଏବଂ ଏ ପର୍ଯ୍ୟନ୍ତ ପୁତ୍ରର କୌଣସି ଖୋଜଖବର ମିଳି ପାରି ନଥିବା ସେମାନେ ଜଣାଇଛନ୍ତି ବୋଲି ସତ୍ୟନାରାୟଣ କହିଛନ୍ତି। ଏହି ଘଟଣାରେ କିନ୍ତୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପଟରୁ ନୀରବଦ୍ରଷ୍ଟା ସାଜିଥିବାରୁ ଗତ ମାସ ୨୫ ତାରିଖ ଦିନ ସତ୍ୟନାରାୟଣ ଏକ ଅନୁରୋଧ ପତ୍ର ସମ୍ବଲପୁର ଜିଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତକରି ଦେଇଛନ୍ତି। ହେଲେ ସିଦ୍ଧାର୍ଥଙ୍କର ଖୋଜଖବର ସର୍ମ୍ପକିତ କୌଣସି ଖବର ବାବଦରେ ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସହିତ ଯୋଗାଯୋଗ କରାଯାଇ ନାହିଁ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ସତ୍ୟନାରାୟଣ।

ସୁଚନାଯୋଗ୍ୟ ଯେ, ଗଭୀର ସମୁଦ୍ର ଭିତରେ ଭାରତ, ତୁର୍କି ଓ ଲିବିୟାର ନାବିକ ମାନଙ୍କୁ ଧରି ଯାତ୍ରା କରୁଥିବା ଦୁଇଟି ଜାହାଜ ଗତ ୨୧ ତାରିଖ ଦିନ ଅଗ୍ନିକାଣ୍ଡର ଶିକାର ହୋଇଥିଲା। ଗୋଟିଏ ଜାହାଜ ‘ମାଏଷ୍ଟ୍ରୋ’ରେ ପ୍ରାକୃତିକ ଗ୍ୟାସ ନିଆଯାଉଥିବା ବେଳେ ଅନ୍ୟ ଜାହାଜ ‘କ୍ୟାଣ୍ଡି’ ରେ ତୈଳ ପରିବହନ କରାଯାଉଥିଲା। ତେବେ ଗୋଟିଏ ଜାହାଜରୁ ଅନ୍ୟ ଜାହାଜ ମଧ୍ୟରେ ତୈଳ ବିନିମୟ ଚାଲିଥିବା ବେଳେ କୌଣସି କାରଣରୁ ହଠାତ ବିସ୍ପୋରଣ ଘଟି ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଦୁଇଟି ଜାହାଜରେ ସମୁଦାୟ ୧୫ ଜଣ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣଙ୍କର ଏଯାଏଁ ପତ୍ତା ମିଳିପାରି ନାହିଁ। ବିସ୍ପୋରଣ ହେବା ମାତ୍ରେ ଜାହାଜରେ ଥିବା ସମ୍ବଲପୁରର ସିଦ୍ଧାର୍ଥ ଓ ତାଙ୍କ ଦୁଇ ଜଣ ଭାରତୀୟ ବନ୍ଧୁ ଅଜିତ ଏବଂ ସଚୀନ ଜୀବନ ରକ୍ଷା ପାଇଁ ସମୁଦ୍ରକୁ ଡେଇଁ ପଡିଥିଲେ। କିନ୍ତୁ ପରେ ଅଜିତ ଏବଂ ସଚୀନଙ୍କ ଚେତା ଫେରିଲା ବେଳକୁ ସେମାନେ ନିଜକୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଦେଖିବାକୁ ପାଇଥିଲେ। ତେବେ ସିଦ୍ଧାର୍ଥଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳି ପାରି ନାହିଁ। ନିଖୋଜ ସିଦ୍ଧାର୍ଥ ସ୍ଥାନୀୟ ଆଶପାଲୀ ଅଞ୍ଚଳର ଗ୍ରିନ ପାର୍କ ରେସିଡେନ୍ସିରେ ରହୁଥିବା ସତ୍ୟନାରାୟଣ ମେହେର ଓ ଗୀତାଞ୍ଜଳୀ ମେହେରଙ୍କ ଏକ ମାତ୍ର ପୁତ୍ର ଅଟନ୍ତି। ସିଦ୍ଧାର୍ଥ ଗତ ବର୍ଷ ମେ ମାସରେ ତାଞ୍ଜେନିଆର ନିମ୍ବସ କମ୍ପାନୀରେ ଯୋଗ ଦେଇଥିଲେ। ପିତା ସତ୍ୟନାରାୟଣ ବରଗଡ କାଦୋବାହାଲର ମୂଳ ନିବାସୀ ହୋଇଥିବା ବେଳେ ସେ ବର୍ତ୍ତମାନ ପାରାଦୀପ ଫସଫେଟ କମ୍ପାନୀରେ ଆଞ୍ଚଳିକ ମହାପ୍ରବନ୍ଧକ ଅଛନ୍ତି। ଦୁର୍ଘଟଣା ଦିନ ସକାଳ ସମୟରେ ସିଦ୍ଧାର୍ଥ ତାଙ୍କ ମାଆ ଗୀତାଞ୍ଜଳୀଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଥିଲେ। ପୁତ୍ର ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳି ପାରି ନଥିବା ବେଳେ ସମ୍ବଲପୁରର ପୁଅ ସିଦ୍ଧାର୍ଥଙ୍କ ସର୍ମ୍ପକରେ ଜାଣିବା ପାଇଁ ପରିବାର ପୁଜାପାଠ ଠାରୁ ଆରମ୍ଭ କରି ବାହାରେ ରହିଥିବା ସମସ୍ତ ପରିଚିତ ବ୍ୟକ୍ତି, ଟିଭି, ଫୋନ, ଇଣ୍ଟରନେଟ ଦ୍ୱାରା ନିଜସ୍ୱ ଉଦ୍ୟମ ଦିନରାତି ଜାରି ରଖିଛନ୍ତି। ତେବେ ଏହି ଘଡି ସନ୍ଧି ମୁହୁର୍ତ୍ତରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏହି ଘଟଣା ସର୍ମ୍ପକରେ ଶୁପ୍ତପ୍ରାୟ ରହିବା ସାଧାରଣରେ ଆର୍ଶ୍ଚଯ୍ୟ ପ୍ରକାଶ ପାଇବା ସହିତ ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ଠୋସ ପଦକ୍ଷେପ ନେବା ପାଇଁ ସାଧାରଣରେ ଦୃଢ଼ ଦାବୀ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories