www.samajalive.in
Friday, December 5, 2025
26.1 C
Bhubaneswar

ଗିରଫ ହେଲେ କୋଟିପତି ବନ ଅଧିକାରୀ

ସମ୍ବଲପୁର : ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସସିଏଫ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସସିଏଫ୍ ରେବତୀ ରମଣ ଯୋଶୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।  ସମ୍ବଲପୁର ଟାଉନରୁ ଏକ ୩ ମହଲା ଘର ସମେତ ୩ କୋଠା , ସମ୍ବଲପୁର ଓ ବରଗଡରେ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍ ଠାବ ହୋଇଛି।  ଚଢାଉ ବେଳେ ନଗଦ ୧୪.୭୧ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ ଶୁକ୍ରବାର ସକାଳେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ବନ ଅଧିକାରୀ ଶ୍ରୀ ଯୋଶୀଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ୱାରେଣ୍ଟ ବଳରେ ତାଙ୍କର ସମ୍ବଲପୁର ସ୍ଥିତ ସରକାରୀ କାର୍ଯ୍ୟାଳୟ ଚାମ୍ବର, ବାସଭବନ, ଅଇଁଠାପାଲି ସ୍ଥିତ ଘର, ଚର୍ଚ୍ଚ ଛକସ୍ଥିତ ୨ଟି ଫ୍ଲାଟ, ଫାର୍ମ ରୋଡରେ ଥିବା ଆପାର୍ଟମେଣ୍ଟ, ମାଲିପାଲିରେ ଥିବା ବ୍ୟବସାୟିକ ଘର, ବରଗଡ଼଼ ଜିଲା ପଦ୍ମପୁରରେ ଥିବା ଏକ ଘର, ବରଗଡ଼଼ ଜିଲା ବିଜେପୁର ବଲଣ୍ଡା ଗ୍ରାମରେ ଥିବା ପୈତୃକ ଘର ଉପରେ ଚଢ଼ଉ କରାଯାଇଥିଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ୯୭୦୦ ବର୍ଗଫୁଟର ୩ ମହଲା ବିଶିଷ୍ଟ କୋଠା, ସମ୍ବଲପୁର ମାଲିପାଲିରେ ଭଡାରେ ଦିଆଯାଇଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ, ପଦ୍ମପୁରରେ ଥିବା ଏକ ଘର, ଭୁବନେଶ୍ୱର ଘାଟକିଆସ୍ଥିତ ସତ୍ୟମ ରୟାଲ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ସମ୍ବଲପୁର ଫାର୍ମରୋଡ ସ୍ଥିତ ସିଟି ପ୍ରାଇଡ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଚର୍ଚ୍ଚଛକ ବ୍ରିଜଧାମ ସୋସାଇଟିରେ ୨ଟି ଫ୍ଲାଟ, ସମ୍ବଲପୁରର ୪ଟି ପ୍ରମୁଖ ସ୍ଥାନରେ ମୂଲ୍ୟବାନ ଜମି, ବରଗଡ଼ ଜିଲା ପଦ୍ମପୁରର ୩ଟି ସ୍ଥାନରେ ମୂଲ୍ୟବାନ ଜମି ରହିଥିବା ଜଣାପଡିଛି।  ଏଥିସହ ସୁନାଗହଣା ୧୫୦ ଗ୍ରାମ, ରୁପା ଗହଣା ୩୦୦ ଗ୍ରାମ, ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଆଦି ଜମା ୩୧ ଲକ୍ଷ ୩୧ ହଜାର ୮୪୯ ଟଙ୍କା, ନଗଦ ୧୪ ଲକ୍ଷ ୭୧ ହଜାର ୨ ଶହ ଟଙ୍କା, ଗୋଟିଏ ଦୁଇଚକିଆ ଯାନ ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଜବତ କରାଯାଇଛି। ଜବତ ଘର, ଜମି, ଫ୍ଲାଟ ଆଦିର ଆନୁମାନିକ ମୂଲ୍ୟ ୧.୮୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ବିଭାଗର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।

 

- Advertisement -

 

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories