www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ବିବାହ ଭୋଜିରେ ଦୋସା ପାଇଁ ମାର୍‌ପିଟ୍

ନୂଆଦିଲ୍ଲୀ : ବିବାହ ଋତୁ ଆରମ୍ଭ ହେବା ମାତ୍ରେ ସୋସିଆଲ ମିଡିଆରେ ଅନେକ ଭିଡିଓ ବେଶ ଭାଇରାଲ୍‌ ହୋଇଥାଏ। ମାତ୍ର ନିକଟରେ ବାହାଘର ଭୋଜିର ଭାଇରାଲ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ମଧ୍ୟ ହେଉଛି। ଭିଡିଓଟି ଆଶ୍ଚର୍ଯ୍ୟ ଚକିତ କରିବା ସହ ଲକ୍ଷ୍ନୌର ବୋଲି ଜଣାପଡ଼ିଛି।
ଅନେକ ଲୋକଙ୍କୁ ଦୋସା ଖାଇବାକୁ ଖୁବ୍‌ ଭଲ ଲାଗେ। ସହର ମାନଙ୍କରେ ଏହା ଜଳଖିଆ ଭାବେ ଖାଇବାକୁ ପସନ୍ଦ କରିଥାଆନ୍ତି। ସହଜରେ ପ୍ରତ୍ୟେକ ସ୍ଥାନରେ ମଧ୍ୟ ମିଳିଯାଏ। ମାତ୍ର କିଛି ଗାଁମାନଙ୍କରେ ଏହାକୁ ଖାଇବାକୁ ଲୋକଙ୍କ ଭିଡ ନଦେଖିଲେ ବିଶ୍ବାସ ହେବ ନାହିଁ। ଏକ ବିବାହ ଭୋଜିରେ ଦୋସା ପାଇଁ ଷ୍ଟଲ୍‌ ଉପରେ ଚଢିବା ସହ ଭିଡ ଅନିୟନ୍ତ୍ରିତ ହୋଇଥିବା ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିପାରିବେ, ଗାଁ ଲୋକେ ଦୋସା ପାଇଁ ଷ୍ଟଲ୍‌ ଉପରେ ଚଢିବା ସହ ବେଶ ଭିଡ ଦେଖିବାକୁ ମିଳିଥିଲା।


ଦୋସା ଷ୍ଟଲ୍‌ରେ ଦୋସା ପ୍ରସ୍ତୁତ କରାଯାଉଛି। ଲୋକେ ଅତି ବ୍ୟସ୍ତ ହେବା ସହ ଦୋସା ତିଆରି ହେବା ମାତ୍ରେ ହାତ ଉଠାଇ ନିଜ ଥାଳିକୁ ନେଇଯାଇଥିଲେ। କିଛି ଲୋକେ ଗରମ ତାୱାରୁ ହିଁ ଏହାକୁ ନେଉଥିବା ଦେଖିପାରିବେ। ଦୋସା ପାଇଁ ଏଭଳି ଅବସ୍ଥା ପୂର୍ବରୁ କେବେ ମଧ୍ୟ ଦେଖିନଥିବେ।
ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇ କହିଛନ୍ତି, ସହର ହେଉ କିମ୍ବା ଗାଁ ଭୋଜି ଖାଇବା ପ୍ରେମୀ ଅନେକ ଅଛନ୍ତି। ଏଭଳି ଦୃଶ୍ୟ ଅଫିସ୍‌ରେ ପାର୍ଟି ଦିଆଗଲେ ଅଧିକ ଦେଖିବାକୁ ମିଳେ ବୋଲି ମଧ୍ୟ କହିଛନ୍ତି।

ନୂଆବର୍ଷ ୨୦୨୫ : ଶନି କରିବେ ଓଲଟା ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ସରକାରୀ ଚାକିରି..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories