ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା; କଟକ ଡିସିପିଙ୍କ ପ୍ରତିକ୍ରିୟା

କଟକ : କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ବଢୁଛି ଅଭିଯୁକ୍ତଙ୍କ ସଂଖ୍ୟା। ଏହି ଘଟଣାରେ କଟକ ଡିସିପି ଜଗମୋହନ ମିନା ପ୍ରତିକ୍ରିୟା ଦେଇ କହିଛନ୍ତି, ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ବାରିପଦାରୁ ମାଷ୍ଟରମାଇଣ୍ଡ ମହିଳା ଗିରଫ ହୋଇଛନ୍ତି। ଉକ୍ତ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଉଥିବା ମାମଲାରେ ମହିଳାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।
ଆଉ କିଛି ଅଭିଯୁକ୍ତ ଏହି ଘଟଣାରେ ଗିରଫ ହୋଇପାରନ୍ତି ଓ ଏହି ଘଟଣାରେ କମିଶନରେଟ ପୁଲିସ ଆବଶ୍ୟକ ପଡ଼ିଲେ କଲିକତା ପୁଲିସ ସହ ଯୋଗାଯୋଗ କରିବ। ଗିରଫ ମହିଳାଙ୍କ ମୋବାଇଲ ପୁଲିସ ଜବତ କରିଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଏହି ମହିଳା ନାବାଳିକାକୁ ଏହି କାମରେ ନିୟୋଜିତ କରିଥିଲେ। ତେବେ ଏହି ଘଟଣାରେ ଆଗକୁ ଅନେକ ଅଭିଯୁକ୍ତ ସାମ୍ନାକୁ ଆସି ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି।

ନୂଆବର୍ଷ ୨୦୨୫ : ଶନି କରିବେ ଓଲଟା ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ସରକାରୀ ଚାକିରି..

ଦେଖନ୍ତୁ ଭିଡିଓ; ବିବାହ ଭୋଜିରେ ଦୋସା ପାଇଁ ମାର୍‌ପିଟ୍

 

Comments are closed.